ଝୁଲାପୋଲ ସିଲ୍

ରାୟଗଡା: ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲ କୁ ସିଲ କଲା ପ୍ରଶାସନ। ରାୟଗଡା ସହର ଉପକଣ୍ଠରେ ନାଗାବଳୀ ନଦୀର ଅବବାହିକାରେ ଥିବା ଝୁଲା ପୋଲ କୁ ପର୍ଯ୍ୟଟକଙ୍କ ପାଇଁ ଅନିର୍ଦ୍ଧିଷ୍ଟ ସମୟ ପାଇ ବନ୍ଦ କରିଛି ଜିଲ୍ଲା ପ୍ରଶାସନ। ଝୁଲା ପୋଲକୁ ଉଭୟ ପଟୁ ବାରିକେଟ୍ କରାଯାଇଛି।  ୨୦୧୧ ମସିହାରେ ନିର୍ମାଣ ହୋଇଥିଲା ଏହି ଝୁଲା ପୋଲ। ଏହି ପୋଲକୁ ଦେଖିବା ପାଇଁ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଆସୁଥିଲେ। ନାଗାବଳୀ ନଦୀ ରେ ଗାଧୋଇବା  ବେଳେ ବହୁ ପର୍ଯ୍ୟଟକ ଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଏହି ନିଷ୍ପତି ନେଇଛି। ଏଭଳି ଖବର ପ୍ରସାରିତ ହେବା ପରେ ପର୍ଯ୍ୟଟକ ମାନେ ନିରାଶ ହୋଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *