() ସାମ୍ବାଦିକଙ୍କୁ ମନା ସିପି ଅଫିସ ଓ ରମାଦେବୀରେ ହେବାକୁ ଥିବା ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ l କାରଣ ପଚାରିଲେ ସବୁ ଚୁପ..! ପୂର୍ବରୁ ସାମ୍ବାଦିକଙ୍କୁ ବିଭିନ୍ନ ଜାଗାକୁ ବାରଣ କରାଯାଇଥିବା ନଜରୀ ମଧ୍ୟ ରହିଛି l ତେବେ ଏହି ଘଟଣାକୁ ସମ୍ପୂର୍ଣ୍ଣ ନିନ୍ଦା କରିଛନ୍ତି ସାମ୍ବାଦିକ ସଙ୍ଘ ଓ ବରିଷ୍ଠ ସାମ୍ବାଦିକମାନେ l
ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ସାମ୍ୱାଦିକଙ୍କୁ ବାରଣ l ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,ହେଲେ ଯୋଗ ଦେଇପାରିବେନି ସାମ୍ୱାଦିକ l କାହିଁକି ପଚାରିଲେ, ଉପରୁ ଅର୍ଡର ଆସିଥିବା କହି ଚୁପ ରହିଲେ ଭିସି l ଉପରୁ କିଏ ଦେଇଛି ଅର୍ଡର..? ସାମ୍ୱାଦିକଙ୍କ ଉପରେ କାହିଁକି ଏପରି କଟକଣା..? ଏହା ପଛରେ କିଏ..? ଚତୁର୍ଥସ୍ତମ୍ଭ ସ୍ୱରକୁ ଚାପିବା ପଛରେ କାହାର ଏପରି ଷଡଯନ୍ତ୍ର..? ଭାରତର ରାଷ୍ଟ୍ରପତି, ଓଡିଶାର ଝିଅ, ହେଲେ ତାଙ୍କ କାର୍ଯ୍ୟକ୍ରମରେ ଖବର ସଂଗ୍ରହ ପାଇଁ ଯାଇପାରିବେନି ସାମ୍ୱାଦିକ ,ଯାହା ଆଦୌ ଗ୍ରହଣୀୟ ନୁହେଁ…!
କେବଳ ସେତିକି ନୁହେଁ, କମିଶନରେଟ ପୋଲିସ ଅଫିସକୁ ମଧ୍ୟ ସାମ୍ୱାଦିକଙ୍କୁ ବାରଣ କରାଯାଇଛି l ଯଦି କୌଣସି ସାମ୍ୱାଦିକ ଭିତରକୁ ପ୍ରବେଶ କଲେ, ତାହେଲେ ସୁରକ୍ଷାକର୍ମୀଙ୍କୁ ସସପେଣ୍ଡ କରାଯିବ ବୋଲି ଚେତାବନୀ ଦେଇଛନ୍ତି ପୋଲିସ କମିଶନର l ଏଠି ରକ୍ଷକ, ରାକ୍ଷସ ସାଜି ହାଇପ୍ରୋଫାଇଲ ନେତାଙ୍କୁ ସମସ୍ତଙ୍କ ସାମ୍ନାରେ ଗୁଳିକରି ମାରୁଛନ୍ତି, ଯେଉଁ ଘଟଣା କାହାକୁ ଅଛପା ନାହିଁ l ଦିନ ଗଡ଼ିବା ସହ ତଦନ୍ତର ନିଷ୍କର୍ସରେ ପହଞ୍ଚି ପାରୁନି ପୋଲିସ l ହେଲେ ସାମ୍ବାଦିକଙ୍କ ଉପରେ ଆକ୍ରୋଶମୂଳକ ମନମାନି ଚଳାଇଛନ୍ତି ସିପି ମହାଶୟ l ପୂର୍ବରୁ ଅଭିଯୋଗ ପ୍ରକୋଷ୍ଠ ମଧ୍ୟ ବନ୍ଦ କରାଯାଇଥିଲା, ଆଉ ଏବେ ସମ୍ପୂର୍ଣ୍ଣ ବିଲଡିଂକୁ ସାମ୍ବାଦିକଙ୍କ ପ୍ରବେଶକୁ ନେଇ ଅଙ୍କୁଶ ଲଗାଇଛନ୍ତି ସିପି l ଯାହାକୁ ସାମ୍ୱାଦିକ ସଂଘ ଓ ବରିଷ୍ଠ ସାମ୍ୱାଦିକ ତୀବ୍ର ନିନ୍ଦା କରିଛନ୍ତି l
ଲୋକସେବା ଭବନ, ମୁଖ୍ୟମନ୍ତ୍ରୀ ଯାଉଥିବା କିଛି ବଡ଼ ବଡ଼ କାର୍ଯ୍ୟକ୍ରମ ସହ ଉତ୍କଳ ୟୁନିଭରସିଟି କୁ ସାମ୍ୱାଦିକଙ୍କ ପ୍ରବେଶ ଓ ଖବର ସଂଗ୍ରହ ଉପରେ କଟକଣା ଲାଗିଥିଲାl ଆଉ ଏବେ ଏପରି ପ୍ରହସନ ବୋଧହୁଏ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ…!
ସିମ୍ପୁଲ ନାୟକଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now