ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଆଉ ଦୁଇ ବିଭାଗର ଅତିରିକ୍ତ ଦାୟିତ୍ୱ

Spread the love

ଭୁବନେଶ୍ୱର : ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ୨ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ପ୍ରମିଳାଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ଓ ଶ୍ରମ ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ୨ ଜଣ ମନ୍ତ୍ରୀ ଗତକାଲି ସେମାନଙ୍କ ଇସ୍ତଫା ଦେଲା ପରେ ଏହି ୨ ବିଭାଗ ଖାଲି ପଡିଥିଲା । ଶୁକ୍ରବାର ସଂଧ୍ୟାରେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ ।

ଏହି ଦୁଇ ମନ୍ତ୍ରୀ ସଂଗଠନ କାମ କରିବାକୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କଥା କହିଥିଲେ । ଉଭୟ ମନ୍ତ୍ରୀହ୍କ ବିରୁଦ୍ଧରେ ଅଭିଯୋଗ ଥିଲା ଓ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିରୋଧୀ ଦଳ ମାନଙ୍କ ପକ୍ଷରୁ ଲଗାତାର ଆନ୍ଦୋଳନ କରାଯାଉଥିଲା ।

Leave a Reply

Your email address will not be published. Required fields are marked *