ଛୋଟ ବିମାନ ଦୁର୍ଘଟଣା- ଟଳିଲା ବଡ଼ ବିପତ୍ତି

ରାଉରକେଲାରେ ବିମାନ ଦୁର୍ଘଟଣା। ୯ ସିଟ୍ ବିଶିଷ୍ଟ ଇଣ୍ଡିଆ ଓ୍ୱାନର ଏକ ଚାଟାର୍ଡ ବିମାନ କ୍ରାସ୍ ହୋଇଯାଇଛି। ବିମାନରେ ପାଇଲଟଙ୍କ ସମେତ ୬ ଜଣ ଥିଲେ। ସମସ୍ତେ ଆହତ ହୋଇଛନ୍ତି। ସମସ୍ତଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ବିମାନର ଗେଟ୍ ଜାମ୍ ଥିଲା। ଗାଁ ଲୋକେ ଏହାକୁ କଷ୍ଟରେ ଖୋଲି ସମସ୍ତଙ୍କୁ ବାହାର କରିଥିଲେ। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭୁବନେଶ୍ୱରରୁ ରାଉରକେଲା ଯାଉଥିଲା ବିମାନଟି। ରାଉରକେଲାରେ ଅବତରଣ କରିବାର ୧୦ରୁ ୧୫ କିଲୋମିଟର ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ୪ ଜଣ ଯାତ୍ରୀ ଓ ୨ ଜଣ କ୍ରୁ ମେମ୍ୱର ଥିଲେ। ସମସ୍ତ ଆହତଙ୍କ ଅବସ୍ଥା ସ୍ଥିର ରହିଛି। ରେସକ୍ୟୁ ଅପରେସନରେ ଅଗ୍ନିଶମ ବିଭାଗର ୩ଟି ଟିମକୁ ଲଗାଯାଇଥିଲା। ସ୍ଥାନୀୟ ଲୋକ ଓ ପ୍ରଶାସନ ସହଯୋଗରେ ରେସକ୍ୟୁ କରାଯାଇଥିଲା। ବିମାନକୁ ଏମର୍ଜେନ୍ସି ଲ୍ୟାଣ୍ଡିଂ ପାଇଁ ପ୍ରୟାସ କରିଥିଲେ ପାଇଲଟ। କିନ୍ତୁ ଜଳଦା ପାଖ ବିଲରେ ଏହା ଏମର୍ଜେନ୍ସି ଲ୍ୟାଣ୍ଡିଂ ବେଳେ ନିୟନ୍ତ୍ରଣ ହରାଇଥିଲା। ବିମାନଟି ଗଛରେ ପିଟି ହୋଇ ଶହେ ମିଟର ଘୋଷାରି ହୋଇଯାଇଥିଲା। ପରିବହନ ମନ୍ତ୍ରୀ କହିଛନ୍ତି, ବଡ଼ ଦୁର୍ଘଟଣା ହୋଇଛି ସତ। ହେଲେ କାହାର କିଛି ବଡ଼ କ୍ଷତି ହୋଇନି। ଭୁବନେଶ୍ୱର ବିମାନବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି,  ଏଏଆଇବି ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରିବେ। ୧୨ଟା ୨୭ରେ ଉଡ଼ାଣ ଭରିଥିଲା। ୧୨ଟା ୫୮ରେ ରାଉରକେଲା ଏଟିସି କଣ୍ଟାକ୍ଟରେ ଆସିଥିଲା। ଗୋଟାଏ ୧୯ରେ ପହଞ୍ଚିଥାଆନ୍ତା। କିନ୍ତୁ ଗୋଟାଏ ୧୪ରେ ରାଉରକେଲା ଏଟିସିକୁ ମେ ଡେ ବୋଲି ଡିକ୍ଲାଏର କରି ସୂଚନା ଦେଇଥିଲେ ପାଇଲଟ। ଗୋଟାଏ ୧୭ରେ ଏଟିସି ସହ ଯୋଗାଯୋଗ ବିଛିନ୍ନ ହେବା ପୂର୍ବରୁ ଜମିରେ ଲ୍ୟାଣ୍ଡିଂ କରିବାକୁ ଯାଉଛି ବୋଲି କହିଥିଲେ ପାଇଲଟ। ବାଧ୍ୟ ହୋଇ କାନସର ପାଖରେ ଗୋଟାଏ ୨୦ରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିଥିଲେ ପାଇଲଟ। ଡିଜିସିଏର ଭୁବନେଶ୍ୱର ଓ କୋଲକାତା ଟିମ୍ ପହଞ୍ଚି ଛାନଭିନ କରିବେ। । ବିମାନ ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି। ବିମାନର ନମ୍ୱର ସି-୨୦୮। ୨୦୨୨ରୁ ଏହି ବିମାନ ଭୁବନେଶ୍ୱର ସମେତ ୩ଟି ସହରକୁ ସେବା ଯୋଗାଇ ଆସୁଥିଲା। ଡିଜିସିଏକୁ ଏନେଇ ଅବଗତ କରାଯାଇଛି। ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଲାଗି ବଡ଼ ଧରଣର ବିପତ୍ତି ଟଳିଗଲା ବୋଲି କୁହାଯାଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *