ଏ ହେଉଛି ବୋରିଗୁମ୍ମା ବ୍ଲକ ତରାଭଟାଠାରୁ କାଠରଗଡା ରାସ୍ତା । ୭ କିଲୋମିଟର ରାସ୍ତାଟି ଏମିତି ବିପର୍ଯ୍ୟସ୍ତ ହୋଇ ପଡ଼ି ରହି ମରଣଯନ୍ତା ପାଲଟିଛି । ଦୀର୍ଘ ୧୦ ବର୍ଷ ରୁ ଉର୍ଦ୍ଧ ସମୟ ହେବ ନିର୍ମାଣ ନ ହୋଇ ଏମିତି ପଡ଼ି ରହିଥିବା ଅଭିଯୋଗ ହୋଇଛି। ପକ୍କା ରାସ୍ତା ନିର୍ମାଣ ନ ହେବା ଯୋଗୁଁ ୪ ପଂଚାୟତବାସୀଙ୍କ ଦୁଃଖର କାରଣ ପାଲଟିଛି। ରାସ୍ତାଟି ମରାମତି ନ ହୋଇ ବଡ଼ ବଡ଼ ଖାଲ ସହିତ ବଡ ବଡ ଖାଲ ସହ ଧୂଳି ଉଡୁଛି। ବର୍ଷା ଦିନେ ଆଣ୍ଠୁଏ କାଦୁଅରେ ଯିବା ଆସିବା କରୁଛନ୍ତି ଲୋକେ । ମଙ୍ଗଳବାର ଦିନ କାଠରଗଡା ସାପ୍ତାହିକ ହାଟ ହେଉଥିବା ଯୋଗୁଁ ବଡ଼ ବଡ଼ ଯାନବାହାନ ସହିତ, ଅଞ୍ଚଳର ରୋଗୀଙ୍କୁ ନେବା ଆଣିବା ପାଇଁ ଆମ୍ବୁଲାନ୍ସ ଯାତାୟାତ କରୁଛି । ସେପଟେ ବ୍ଲକର ପର୍ଯ୍ୟଟନ ସ୍ଥଳୀ ଦଣ୍ଡାବାଡ ଇକୋ ପାର୍କ , ମୁରାନ ଡ୍ୟାମ ଏବଂ ମେଗା ଜଳ ପ୍ରକଳ୍ପକୁ ଯିବା ପାଇଁ ରାସ୍ତା ଉପରେ ନିର୍ଭର କରିଥାନ୍ତି। ଫଳରେ ଲୋକେ ଏହି ରାସ୍ତା ଯୋଗୁଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ରାସ୍ତାଟିକୁ ନିର୍ମାଣ କରିବା ପାଇଁ କାଠରଗଡା ପଂଚାୟତର ସମିତି ସଭ୍ୟ ବୃନ୍ଦାବନ ନାୟକ ଓ ଗ୍ରାମବାସୀ ଦାବି କରିଛନ୍ତି ।
ଶେଷ ଥର ଏହି ରାସ୍ତା ନିର୍ମାଣ ପାଇଁ ୨୦୧୩ ମସିହାରେ ୧୪ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ କାର୍ଯ୍ୟ ଆରମ୍ଭ ହେଇଥିଲା । ଠିକା ନେଇଥିବା ଠିକାଦାରଙ୍କ ବିରୋଧରେ ନିମ୍ନମାନର କାର୍ଯ୍ୟ କରୁଥିବା ଅଭିଯୋଗ ନେଇ ଭିଜିଲାନ୍ସ ପାଖରେ ଏତେଲା ହୋଇଥିଲା । ଯାହା ଫଳରେ ରାସ୍ତା କାମଟି ବନ୍ଦ ହୋଇଯାଇଥିଲା । ସେ ଦିନ ଠାରୁ ଆଜିକୁ ୧୦ ବର୍ଷ ହୋଇଗଲା ଏହି ରାସ୍ତା ଆଉ ନିର୍ମାଣ ହେଉନାହିଁ । ରାସ୍ତା ନିର୍ମାଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ପକ୍କା ରାସ୍ତା ନିର୍ମାଣ ପାଇଁ ୧୦ ବର୍ଷ ବିତି ଯାଇଥିଲେ ମଧ୍ୟ ଆଉ କେତେ ଦିନ ଏମିତି ଏହି ରାସ୍ତାଟି ପଡି ରହିବ ନା ନୂତନ ସରକାରଙ୍କ ରାସ୍ତା ମରାମତି ପାଇଁ ଦୃଷ୍ଟି ପଡ଼ିବ ଏବଂ ଲୋକଙ୍କ ଦାବି ପୂରଣ ହେବ ତାକୁ ହିଁ ଅପେକ୍ଷା ।

Naxatra News is now on Whatsapp
Join and get latest news update delivered to you via whatsapp
Join Now