ସୂଚନା ଅଧିକାର କର୍ମୀଙ୍କ ଜୀବନ ହୋଇଛି ବିପଦପୂର୍ଣ୍ଣ

Spread the love

ଭୁବନେଶ୍ବର:  ଆଜି ସୂଚନା ଅଧିକାର ଦିବସ। ପ୍ରତିବର୍ଷ ଅକ୍ଟୋବର ୧୨ରେ ଆରଟିଆଇ ଦିବସ ପାଳିତ ହୋଇଆସୁଛି। ତେବେ ଆଜିକା ଦିନରେ ସୂଚନା ଅଧିକାର ବଳରେ ସୂଚନା ହାତେଇବା ଯେତିକି କାଠିକର, ସୂଚନା ଅଧିକାର କର୍ମୀଙ୍କ ଜୀବନ ପ୍ରତି ବିପଦ ସେତିକି ବଢ଼ିବାରେ ଲାଗିଛି। ଦୁର୍ନୀତି ପଦାରେ ପଡ଼ୁଥିବାରୁ ସୂଚନା ଅଧିକାର କର୍ମୀ ରାଜନେତା, ମାଫିଆଙ୍କ ରୋଷର ଶୀକାର ହେବାକୁ ପଡ଼ୁଛି।

୨୦୦୫, ଅକ୍ଟୋବର ୧୨। ଦେଶରେ ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହୋଇଥିଲା। ସଂସଦରେ ଆରଟିଆଇ ବିଲ୍ ପାରିତ ପରେ ଜମ୍ମୁ କଶ୍ମୀରକୁ ଛାଡ଼ିଦେଲେ ଭାରତର ନାଗରିକ ହିସାବରେ ପଞ୍ଚାୟତରୁ ନେଇ ସଚିବାଳୟ ଯାଏ, ସମସ୍ତ ସୂଚନା ପାଇବାର ସମସ୍ତଙ୍କର ଅଧିକାର ରହିଛି। ଏହି ଆଭିମୁଖ୍ୟ ନେଇ ଆରମ୍ଭ ହୋଇଥିବା ଆରଟିଆଇ ଆଜି ଅନେକ ଆହ୍ୱାନ ଓ ଆରଟିଆଇ କର୍ମୀ ବିପଦର ସମ୍ମୁଖୀନ ହେବାରେ ଲାଗିଛନ୍ତି। ସୂଚନା ପାଇବାକୁ ଆଇନଗତ ଅଧିକାର ଦିଆଯାଇଥିଲେ ବି ସୂଚନା ମାଗିଲେ ମରଣାନ୍ତକ ଆକ୍ରମଣ, ହତ୍ୟାର ଶୀକାର ହେଉଛନ୍ତି ସୂଚନା ଅଧିକାର କର୍ମୀ। ସୂଚନା ଅଧିକାର ବାବଦରେ ଆଜି ବି ଅନେକ ଲୋକ ଅଜ୍ଞ। ଆଉ ଅଧିକାଂଶ ଜାଣିଥିଲେ ବି ମାଗିଲେ ବିପଦର ସମ୍ମୁଖୀନ ହେଉଛନ୍ତି। ନେତା, ମାଫିଆଙ୍କ ଆକ୍ରୋଶର ଶୀକାର ହେବାକୁ ପଡ଼ୁଛି। ଏହାକୁ ନେଇ ଭୁବନେଶ୍ୱର ବୁଦ୍ଧ ମନ୍ଦିରରେ ଆୟୋଜିତ ଆଲୋଚନାଚକ୍ରରେ ଚିନ୍ତାପ୍ରକଟ କରାଯାଇଛି।

ଆରଟିଆଇ ଦୁର୍ନୀତି ମୁକ୍ତ ଶାସନ ବ୍ୟବସ୍ଥା ଗଠନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଆସୁଛି। ସୂଚନା ଅଧିକାର କର୍ମୀ ନିରନ୍ତର ରୋଷର ଶୀକାର ହେଉଥିଲା ବେଳେ ଏ ସବୁ ଘଟଣାରେ ଦୃଷ୍ଟାନ୍ତମୂଳକ ଆକ୍ସନ ନିଆଯାଉନଥିବାରୁ ଅସନ୍ତୋଷର ଦାନା ବାନ୍ଧୁଛି।

ଦେଶରେ  ମୋଟ୍ ୧୬୫ ସୂଚନା କମିଶନର ପଦବୀରୁ ୪୨ ସୂଚନା କମିଶନ ପଦବୀ ଖାଲି ପଡିଛି। ସୂଚନା ଅଫିସରଙ୍କ ରୁକ୍ଷ ବ୍ୟବହାର, ସୂଚନା ଲୁଚାଇବା, ଗୋପନୀୟତା ବଜାୟ ରଖିବାରେ ଉଲ୍ଲଂଘନ ଆଦି ଅନେକ କାରଣ ସୂଚନା ଅଧିକାର ଆଇନ ରାସ୍ତାରେ କଣ୍ଟା ହୋଇ ଛିଡ଼ାହୋଇଛି।

ନବକିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *