ସୁବର୍ଣ୍ଣପୁର : ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁରର ଘୁଙ୍ଗିନାଳ ଠାରେ ରାସ୍ତା ଉପରେ ୫ ଫୁଟ୍ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ରାଜ୍ୟ ରାଜପଥ ଉପରେ ପାଣି ପ୍ରବାହିତ ହେଉଥିବାରୁ ବୀରମହାରାଜପୁରରୁ ସମ୍ବଲପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛି ବହୁ ସଂଖ୍ୟାରେ ଯାନବାହନ । ସମ୍ପୃକ୍ତ ରୁଟ୍ ରେ ଦୀର୍ଘ ସମୟ ଧରି ଯାତାୟାତ ଠପ୍ ହୋଇଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now