ଅଭିନନ୍ଦନଙ୍କୁ ଅନ୍ତର୍ଜାତୀୟ ହ୍ୟୁମାନ ରାଇଟ୍ସ ନୋବେଲ ଆୱାର୍ଡ

ସମ୍ବଲପୁର : ଜାମ୍ମୁ-କାଶ୍ମୀର ଠାରେ ଆୟୋଜିତ ଜି-୨୦ ବୈଠକରେ ସମ୍ବଲପୁର ଜିଲ୍ଲାର ଚର୍ଚ୍ଚିତ ଚିତ୍ରଶିଳ୍ପୀ ଅଭିନନ୍ଦନ ତ୍ରିପାଠୀ ଚଳିତ ବର୍ଷର ଶ୍ରେଷ୍ଠ ଯୁବ ସଫଳତା ପୁରଷ୍କାରରେ ପୁରସ୍କୃତ ହୋଇଛନ୍ତି । ଜି-୨୦ ସହଯୋଗୀ ମିଳିତ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ସମ୍ବଦ୍ଧ ବିଭାଗ ଏବଂ ନୀତି ଆୟୋଗ ଭାରତ ସରକାରର ସହଯୋଗୀ ଗ୍ଲୋବାଲ ହ୍ୟୁମାନ ରାଇଟ୍ସ ଟ୍ରଷ୍ଟ ପକ୍ଷରୁ ଅଭିନନ୍ଦନ ତ୍ରିପାଠୀଙ୍କୁ ହ୍ୟୁମାନ ରାଇଟ୍ସ ନୋବେଲ ଆୱାର୍ଡ ପ୍ରଦାନ କରାଯାଇଛି । ଜାମ୍ମୁ କାଶ୍ମୀରର କତ୍ରା ଠାରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ରାଜ୍ୟ ମନ୍ତ୍ରୀ ତଥା ଜାମ୍ମୁ କାଶ୍ମୀର ୱାକଫ ବୋର୍ଡର ଚେୟାରମ୍ୟାନ୍ ଡ଼. ଦରଖଶାନ ଅନ୍ଦ୍ରାବୀ ଏହି ମାନବିକ ଅଧିକାର ନୋବେଲ ପୁରସ୍କାର ଆମ ଦେଶର ସମସ୍ତ ପ୍ରକୃତ ପ୍ରତିଭାକୁ ପ୍ରଦାନ କରିଥିଲେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଲୋକଙ୍କ ପାଇଁ ନିସ୍ୱାର୍ଥ ଭାବରେ କାମ କରୁଥିବା ବ୍ୟକ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇ ଥାଏ । ଚଳିତ ବର୍ଷ ଚିତ୍ରକଳା ଏବଂ ଡିଜିଟାଲ କଳା କ୍ଷେତ୍ରରେ ଅଭିନ୍ଦନଙ୍କ ଅଭିନବ ଉପାୟ, ବହୁମୁଖୀତା ଏବଂ ଗଭୀର କଳାତ୍ମକ ଦୃଷ୍ଟିକୋଣ ସହ କଳା ଜଗତରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିବା ତଥା ପାରମ୍ପାରିକ ଏବଂ ସମସାମୟିକ କଳା ରୂପକୁ ଏକାଠି କରି ଯୁବପିଢ଼ିର କଳାକାରମାନଙ୍କୁ କଳାର ଅସୀମ ସମ୍ଭାବନାକୁ ଗ୍ରହଣ କରିବାକୁ ପ୍ରେରଣା ଯୋଗାଇବା ଭଳି ଉଲ୍ଲେଖନୀୟ ଅବଦାନ ପାଇଁ ଅଭିନନ୍ଦନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *