ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁଁ ଅଙ୍ଗନବାଡ଼ି ପିଲାଙ୍କ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଦାବି

Spread the love

ସମ୍ବଲପୁର : ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ଅପେକ୍ଷା ପଶ୍ଚିମ ଓଡିଶାରେ ଅଧିକ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ପାଇଛି l ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ ସମଗ୍ର ପଶ୍ଚିମ ଓଡ଼ିଶା ଆଉଟୁପାଉଟୁ ହେଉଛି l ତାତି ଅବ୍ୟାହତ ରହିଛି l ସମଗ୍ର ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡିକରେ ତାପମାତ୍ରା ୪୭ ଡିଗ୍ରୀ ପାଖାପାଖି ରେକର୍ଡ଼ କରାଯାଇଛି l ରାଜ୍ୟର ଉତ୍ତପ୍ତ ସହର ବୋଲି ପାଣିପାଗ ସୂତ୍ରରୁ ଜଣାପଡିଛି l ଆସନ୍ତା ଜୁନ୍ ଶେଷ ସୁଦ୍ଧା ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ବିଭାଗ ପକ୍ଷରୁ ସତର୍କ କରାଇ ଦେଇଛନ୍ତି l ଗ୍ରୀଷ୍ମ ପ୍ରବାହ କୁ ଦେଖି ପ୍ରତି ବର୍ଷ ପଶ୍ଚିମ ଓଡିଶାରେ ସକାଳୁଆ ଅଫିସ ହୋଇ ଆସୁଛି l ସ୍କୁଲ କଲେଜ ସବୁ ବନ୍ଦ ଥିବା ବେଳେ ସ୍ଵଳ୍ପ ଭତ୍ତା ଧାରୀ ଅଙ୍ଗନବାଡି କର୍ମୀ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ତାପମାତ୍ରାରେ କାମ କରୁଛି l ଶିଶୁ ର କିମ୍ବା କର୍ମୀର ଛୁଟି ନାହିଁ  l କିଛି ଦିନ ପୂର୍ବରୁ ଜୈନେକ କର୍ମୀ ମୃତ୍ୟୁ ବରଣ କରିଥିବା ସମସ୍ତେ ଅବଗତ ଅଛନ୍ତି l ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ପକ୍ଷରୁ କର୍ମୀ ଓ ଶିଶୁ କୁ ଗ୍ରୀଷ୍ମ ପ୍ରବାହ କମିବା ପର୍ଯ୍ୟନ୍ତ ଅବକାଶ ଦେବାକୁ ବାରମ୍ବାର ଲିଖିତ ଅନୁରୋଧ କରାଯାଇଛି l ସମସ୍ତ କେନ୍ଦ୍ର ରେ ବିଦ୍ୟୁତ୍ ସଂଯୋଗ ନାହିଁ l ଯେଉଁଠି ଅଛି ସେଠି ସମସ୍ତ ଉପକରଣ କିମ୍ବା କୁଲର୍ ବ୍ୟବସ୍ଥା ନାହିଁ l ଛୋଟ ଛୋଟ ଶିଶୁ ବାସ୍ତବରେ କେତେ କଳବଳ ହେଉଛନ୍ତି l ପଶ୍ଚିମ ଓଡିଶାରେ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ବନ୍ୟ ଜନ୍ତୁ ପକ୍ଷୀ ମାନଙ୍କ ପାଇଁ ଖରା ଦିନିଆ ଆଚ୍ଛାଦନ ନିର୍ମାଣ ସହିତ ଉଦ୍ୟାନ ରେ କୁଲର୍ ବ୍ୟବସ୍ଥା କରାଯାଇ ଶୀତଳ କରଣ କରାଯାଇଛି l ପଛୁଆ ବର୍ଗ ଗଣନା କାର୍ଯ୍ୟ ଅଙ୍ଗନବାଡି କର୍ମୀଙ୍କ ବିନା ସମ୍ଭବ ନଥିଲା, ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ତାପ ରେ ସତ ପ୍ରତି ସତ୍ ସଫଳ କରିଥିଲେ l ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ତାପମାତ୍ରା ବୃଦ୍ଧି କୁ ଦୃଷ୍ଟି ଦେଇ କେନ୍ଦ୍ର ବନ୍ଦ ରଖି ଅଙ୍ଗନବାଡି କର୍ମୀ ଓ କୋମଳମତି ଶିଶୁଙ୍କୁ ଛୁଟି ଦେଲେ ସମସ୍ତେ ବିଶେଷ ଭାବରେ ଉପକୃତ ହୋଇପାରିବେ l ଉପରୋକ୍ତ ମତ ଓ ବାସ୍ତବିକ୍ ସ୍ଥିତିକୁ ଅନୁଧ୍ୟାନ କରି ରାଜ୍ୟ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାପାଇଁ ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଛି । ଏ ସମ୍ପର୍କରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ସଚିବ ଭି କେ ପାଣ୍ଡିଆନ୍, ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ରମ, ମହିଳା ଓ ଶିଶୁ ବିକାଶ ବିଭାଗୀୟ ସଚିବ ଓ ନିର୍ଦ୍ଦେଶକ ସାମାଜିକ କଲ୍ୟାଣ ଓ ମହିଳା ଓ ଶିଶୁ ବିକାଶଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ସଂଘ ପକ୍ଷରୁ ମୀରା ଦଳବେହେରା, ସଭାନେତ୍ରୀ, ପ୍ରଭାସିନି ପାଢୀ ସାଧାରଣ ସମ୍ପାଦିକା, ଦିଶିଲା ଧୁରୁଆ ସମ୍ବଲପୁର ଜିଲ୍ଲା ସଭାନେତ୍ରୀ ପ୍ରମିଳା ସିଂହ, ଜିଲ୍ଲା ସମ୍ପାଦକ, ରୁକ୍ମିଣୀ ଜୁଆଡି ଜିଲ୍ଲା ସଭାନେତ୍ରୀ, ନିତମ୍ବ ବିନୀ ଦାସ,ସମ୍ପାଦକ,ବରଗଡ଼ରୁ ମମତା ଶତପଥି,ସଭାନେତ୍ରୀ ଓ ଗୌରୀ ଷଡଙ୍ଗୀ,ସମ୍ପାଦିକା ଲିଲି ମିଶ୍ର, ସଭାନେତ୍ରୀ ଶାନ୍ତି ଲତା ଜଗଦଲା. ସମ୍ପାଦକ, ସୁବର୍ଣ୍ଣପୁରରୁ ମହିମା ସାହୁ, ସଭାନେତ୍ରୀ,ନଳିନୀ ନାୟକ କାର୍ଯ୍ଯକାରୀ ସଭାନେତ୍ରୀ ରୁବୀ ଷଡଙ୍ଗୀ, ଝାରସୁଗୁଡ଼ା ସମ୍ପାଦିକା ଦୀପାଞ୍ଜଳୀ ପ୍ରଧାନ, ଜିଲ୍ଲା ସଭାନେତ୍ରୀ ଗୀତାଞ୍ଜଳି ବେହେରା, ଦେବଗଡ଼ ଜିଲ୍ଲା ସମ୍ପାଦିକା କବିତା ପଣ୍ଡା. ଆବାହକ. ନୂଆପଡ଼ା ଜିଲ୍ଲାରୁ ଗୌରୀ ଭୁଏ, ଆବାହକ କଳାହାଣ୍ଡି ଜିଲ୍ଲା. ସୌଦାମିନୀ ନାୟକ, ସୁନ୍ଦରଗଡ଼ ଜିଲ୍ଲା ଆବାହିକା ସୁଵାସିନୀ ସାହୁ ଓ ବୌଦ୍ଧ ଜିଲ୍ଲା ଆବାହକ ପ୍ରମୁଖ ଏ ସମସ୍ୟାର ସମାଧାନ ପାଇଁ ଗଣମାଧ୍ୟମରେ ନିଜନିଜ ମତାମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *