ଗଦା ଗଦା ବାଲିକୁ ଜବତ କଲେ ଉପଜିଲ୍ଲାପାଳ

ପୁରୀ ଜିଲ୍ଲା ପିପିଲି  ଅଞ୍ଚଳରେ ଚୋରା ବାଲି ଚାଲାଣ ଜୋରଦାର ହେଉଥିବାର ବାରମ୍ବାର ଅଭିଯୋଗ ହେବା ପରେ ପୁରୀ ଜିଲ୍ଲା ପ୍ରଶାସନ ଏଥିପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ଆରମ୍ଭ କରିଛି । ଜାତୀୟ ରାଜପଥରେ ଓଭର ଲୋଡ଼ିଙ୍ଗରେ ହାଇୱାକୁ ଜବତ କରି ତାହାକୁ ପୋଲିସ ଜିମା ଦେଇଥିବାବେଳେ ଜୋରିମାନା ବାବଦ ଗାଡ଼ି ମାଲିକ ମାନଙ୍କୁ ଲକ୍ଷାଧିକ ଟଙ୍କାର ଜୋରିମାନା ଆଦାୟ କରାଯାଉଛି । ତେବେ ଏହା ଉପରେ ପ୍ରତିବନ୍ଧକ ଲାଗିବା ପରେ ଏବେ ବାଲି ମାଫିଆମାନେ ଶହ ଶହ ଟ୍ରିପ ବାଲିକୁ ନଦୀରୁ ଉଠାରେ ନିରାପଦ ସ୍ଥାନରେ ଏପରିକି ସରକାରୀ ଏବଂ ବେସରକାରୀ ସ୍ଥାନରେ ପାହାଡ଼ ଭଳି ଗଦା କରିଛନ୍ତି । ଖବର ପାଇ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଉପଜିଲ୍ଲାପାଳ ପିପିିଲି ଗ୍ରସ୍ତ କରି ଚୋରା ବାଲି ଡ଼ିପୋ ଉପରେ ଚଢାଉ କରିଥିଲେ । ତେବେ ଏହାର ମାଲିକାନା ବା ଦାବିଦାର କେହି ନଥିବାବେଳେ ଏହାକୁ ସିଜ କରିଥିଲେ ।  ସେଠାରେ କିଛି ଯୁବକ ଏହା ଜଣେ ଠିକାଦାରଙ୍କର ବୋଲି କହିଥିଲେ । ଏହାକୁ ନେଇ ଉପଜିଲ୍ଲାପାଳ ରାଜ କିଶୋର ଜେନାକୁ ଜଣେ ଯୁବକ ଧମକ ଦେଇଥିଲେ । ଉକ୍ତ ଯୁବକଙ୍କ ବିରୁୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପିପିଲି ପୋଲିସକୁ କହିବା ସହିତ ଅଟକ ରଖିଥିବା ଯୁବକକୁ ପୋଲିସ ଜିମା ଦେଇଥିଲେ, ଯୁବକକୁ ପିପିଲି ଥାନାରେ ଅଟକ ରଖାଯାଇଛି ଜବତ ବାଲିର ପରିମାଣ ଏବଂ ମୁଲ୍ୟ ନିଦ୍ଧାରଣ କରି ଏହାରନିଲାମୀ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *