ମାତିଲେ ସାରଥୀ ଅନୁଗାମୀ। ପବିତ୍ର ଦୋଳପୂର୍ଣ୍ଣିମାରେ ଭୁବନେଶ୍ୱରର କାର୍ଗିଲ ବସ୍ତିରୁ ନେଇ କୋରାପୁଟ ଜିଲ୍ଲାର ଜୟପୁର ବ୍ଲକ ଫାମ୍ପୁଣିରେ ମାତିଛନ୍ତି ସନ୍ତୋଷ ରାଉଳ ଓରଫ ସାରଥୀ ଭକ୍ତ। ଭଜନକୀର୍ତ୍ତନ କରି ସାରଥୀ ବାବାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଫାମ୍ପୁଣିରେ ନବନିର୍ମିତ ମନ୍ଦିର ପ୍ରତିଷ୍ଠାରେ ହୋମଯଜ୍ଞ କରିବା ସହ ପୂଜାର୍ଚ୍ଚନା କରି ହୋଲି ଖେଳିଛନ୍ତି। ଚଳିତ ବର୍ଷ ନିଜସ୍ୱ ସାରଥୀ ବାବାଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିବାରୁ ଶ୍ରଦ୍ଧାଳୁ ଆତ୍ମବିଭୋର ହୋଇପଡ଼ିଥିଲେ। ବିଡ଼ମ୍ୱନାର ଦୃଶ୍ୟ ଏୟା ଥିଲା ଯେ, ସେମାନେ ଭଣ୍ଡ ସାରଥୀକୁ ଭଗବାନଙ୍କ ବଡ଼ ଅବତାର ଭାବେ ଦର୍ଶାଇଥିଲେ। କିନ୍ତୁ ମହାପ୍ରଭୂ ଜଗନ୍ନାଥଙ୍କୁ ନିଚ୍ଚା ଦେଖାଇଥିଲେ। ମହାପ୍ରଭୂଙ୍କ ଫଟୋକୁ ସାରଥୀଙ୍କ ଫଟୋ ତଳେ ରଖି ଭଜନକୀର୍ତ୍ତନ କରିଥିଲେ। ଆତ୍ମଘୋଷିତ ଧର୍ମଗୁରୁ ସାରଥୀ ଓରଫ ସନ୍ତୋଷ ରାଉଳର କେଳେଙ୍କାରୀ ଆଉ କାହାରିକୁ ଅଛପା ନାହିଁ। ବାରିମୁଳ ଆଶ୍ରମକୁ ଯିବା ଉପରେ କଠୋର ସର୍ତ୍ତ ଖଞ୍ଜିଛନ୍ତି ବି ଅଦାଲତ। ତା ସତ୍ତ୍ୱେ ସାରଥୀ ଅନୁମାଗୀ ଅନ୍ଧ ଭାବେ ସାରଥୀଙ୍କୁ ପୂଜା କରି ତାଙ୍କ ପ୍ରତି ବିଶ୍ୱାସ ଅତୁଟ ରହିଛି ବୋଲି ଦର୍ଶାଇବାକୁ ଚାହିଁଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now