ବିବାଦରେ ପଦ୍ମଶ୍ରୀ କମଳା ପୂଜାରୀ

Spread the love

କୋରାପୁଟ: ସୁସ୍ଥ ହୋଇ ଘରକୁ ଫେରିଲେ ପଦ୍ମଶ୍ରୀ କମଳା ପୂଜାରୀ। ସେ ପୂର୍ବ ଅପକ୍ଷା ସୁସ୍ଥ ଥିବା କହିଛନ୍ତି। ତାଙ୍କ ଚିକିତ୍ସାରେ ନିୟୋଜିତ ହୋଇଥିବା ଡାକ୍ତରଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।  ଏହାସହ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ସେହିପରି ତାଙ୍କ ଚିକିତ୍ସା ସମୟରେ ତାଙ୍କ ସହ କଟକ SCBରେ ଥିବା ସମାଜସେବୀ ମମତା ବେହେରାଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ମମତା ଡାକ୍ତରଖାନାରେ ତାଙ୍କର ସେବା କରିଥିବା ସେ କହିବା ସହ ମମତାଙ୍କୁ ନିଜର ଜଣେ ଭଲ ସାଙ୍ଗ ବୋଲି କହିଛନ୍ତି। ଅପରପଟେ ଉଭୟଙ୍କର ଏକ ନାଚ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ମେଡିକାଲ ଭିତରେ ନାଚିଥିବାର ନଜର ଆସିଛନ୍ତି, ଯାହାକୁ ନେଇ ବିବାଦ ଚାଲିଛି। ଏନେଇ ପଦ୍ମଶ୍ରୀ କମଳା କହିଛନ୍ତି ଯେ, ଡାକ୍ତରଖାନାରୁ ଡିସଚାର୍ଜ ହେବା ସମୟରେ ଉଭୟେ ଖୁସିରେ ଅଳ୍ପ ସମୟ ଢେମସା ନାଚି ଥିଲେ।

Leave a Reply

Your email address will not be published. Required fields are marked *