ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡକୁ ସ୍କଚ୍ ପୁରସ୍କାର, ସମବାୟ ମନ୍ତ୍ରୀଙ୍କ ଶୁଭେଚ୍ଛା

Spread the love

ଭୁବନେଶ୍ୱର : ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡକୁ ସ୍କଚ୍‌-୨୦୨୩ ପୁରସ୍କାର ମିଳିଛି ଓ କୃଷିରେ ରୌପ୍ୟ ବର୍ଗରେ ଇ-ନାମ୍ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଓଡିଶା ସରକାରଙ୍କ ସମବାୟ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡ (ଓଏସ୍‌ଏଏମ୍ ବୋର୍ଡ) ଆଗକୁ ବଢୁଛି । ରାଜ୍ୟର ସମସ୍ତ ୬୬ ନିୟନ୍ତ୍ରିତ ବଜାର କମିଟି ସଫଳତାର ସହ ଇ-ନାମ୍ ପ୍ଲାଟଫର୍ମରେ ସ୍ଥାନିତ ହୋଇଛି । ଏଠାରେ ଉଲ୍ଲେଖ କରିବା ପ୍ରଯୁଜ୍ୟ ଯେ, ଇ-ନାମ୍ ହେଉଛି ଏକ ପାନ୍ ଇଣ୍ଡିଆ ଅନଲାଇନ୍ ପ୍ଲାଟଫର୍ମ ଯାହା କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ହୋଇଛି ଏବଂ ଏହା କୃଷିଜାତ ଦ୍ରବ୍ୟର ସମସ୍ତ କ୍ରେତା ଏବଂ ବିକ୍ରେତାଙ୍କୁ ଏପିଏମସି (କୃଷି ଉତ୍ପାଦନ ବିପ୍ପଣନ କମିଟି) ନିୟନ୍ତ୍ରିତ ବଜାର କମିଟି (ଆରଏମସି) ମାଧ୍ୟମରେ ଯୋଡିବା ଲକ୍ଷ୍ୟରେ ଅଛି ।

ଓଡିଶା ଦେଶର ଅନେକ କୃଷିଭିତିକ ଉନ୍ନତ ରାଜ୍ୟକୁ ବହୁ ପଛରେ ପକାଇଛି ଏବଂ ସମସ୍ତ ଆରଏମସି ଅଧୀନରେ ଏହାର କୃଷି ବଜାରରେ ୧୦୦% ଅନନ୍ୟ ସଫଳତା ହାସଲ କରିଛି ।  ୨୦୧୭ ରେ ଇ-ନାମ୍ ପ୍ଲାଟଫର୍ମରେ କେବଳ ୧୦ ଟି ଆରଏମସି ଥିବାବେଳେ ଓଡିଶା ଦେଶର ଅନେକ କୃଷିଭିତିକ ଉନ୍ନତ ରାଜ୍ୟକୁ ବହୁ ପଛରେ ପକାଇଛି ଏବଂ ସମସ୍ତ ଆରଏମସି ଅଧୀନରେ ଏହାର କୃଷି ବଜାରରେ ୧୦୦% ଅନନ୍ୟ ସଫଳତା ହାସଲ କରିଛି । ଗୋଟିଏ ପାଦ ଆଗକୁ ବଢି ବିଭାଗ ୪୦୧ ସଂଖ୍ୟକ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) କୁ କୃଷି-ବଜାର ପ୍ଲାଟଫର୍ମରେ ସାମିଲ କରିଛି । ଏହି ଏଫପିଓ ର ସଦସ୍ୟ ଭାବରେ ପ୍ରାୟ ୪୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଡବ୍ଲୁଏସଏଚଜି) ବର୍ତ୍ତମାନ ସେମାନଙ୍କର ଉତ୍ପାଦର ବିକ୍ରିବଟା ଏହି ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ କରି ଲାଭ ପାଇ ପାରିବେ ।

ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ମାଧ୍ୟମରେ କାରବାରକୁ ସକ୍ଷମ କରିବାକୁ ସୁବିଧାଗୁଡ଼ିକ ବର୍ତମାନ ବିକଶିତ ହୋଇଛି । ଆଣ୍ଡ୍ର୍ରଏଡ୍ ମୋବାଇଲ୍ ଫୋନ୍ ଥିବା ଜଣେ କୃଷକ ବର୍ତମାନ ଦେଶରେ କାର୍ଯ୍ୟ କରୁଥିବା କୃଷି ସାମଗ୍ରୀ ବଜାରକୁ ପ୍ରବେଶ କରାଇପାରିବେ ଏବଂ ନିଜ ଉତ୍ପାଦକୁ ନିଜ ପସନ୍ଦର ମୂଲ୍ୟରେ ନିଜ ଆଙ୍ଗୁଠି ଟିପ ବ୍ୟବହାର କରି ବିକ୍ରି କରିପାରିବେ । ସମବାୟ ବିଭାଗ ଏହି ପ୍ଲାଟଫର୍ମକୁ ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି ଆଗକୁ ନେବାପାଇଁ ନିଜ ପାଇଁ ଏକ ଲକ୍ଷ୍ୟ ସ୍ଥିର କରିଛି । ଗ୍ରାମ ପଞ୍ଚାୟତ ସ୍ତରରେ ଥିବା ଗାଁ ଗହଳର ହାଟ ହେଉଛି ବିଭାଗର ପରବର୍ତ୍ତୀ ଲକ୍ଷ୍ୟ । ରାଜ୍ୟରେ କାର୍ଯ୍ୟ କରୁଥିବା ଏହି ସମସ୍ତ କ୍ଷୁଦ୍ର ଏବଂ ମଧ୍ୟମ ବଜାରକୁ ଏହି ଇଲେକଟ୍ରୋନିକ ପ୍ଲାଟଫର୍ମ ସହିତ ଯୋଡିବା ଏବଂ ଦୂର ଦୂରାନ୍ତ ଅଞ୍ଚଳରେ ରହୁଥିବା କ୍ଷୁଦ୍ର ନାମମାତ୍ର ଚାଷୀମାନେ କିଭଳି ସେମାନଙ୍କ ଉତ୍ପାଦିତ କୃଷିଜାତ ଦ୍ରବ୍ୟକୁ ଅନଲାଇନ୍ ବଜାର ବ୍ୟବସ୍ଥାରେ କାରବାର କରି ଲାଭ ଉଠାଇ ପାରିବେ ସେଥିପାଇଁ ଯୋଜନା କରାଯାଇ ଟିମ୍‌-ସମବାୟ ଉଦ୍ୟମ ଜାରି ରଖିଛି ।

 ଏହି ପୁରସ୍କାର ପାଇଁ ମନ୍ତ୍ରୀ ନାୟକ ଓଏସ୍‌ଏମ୍ ବୋର୍ଡ ଓ ଟିମ୍ କୋ- ପରେସନକୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ରାଜ୍ୟର କୃଷକମାନଙ୍କ ହିତ ପାଇଁ ୫-ଟି ଶାସନାଦେଶ ଅନୁୟାୟୀ ସ୍ୱଚ୍ଛତା ବଜାୟ ରଖି ଏହି ଟିମ୍ ସମାନ ଉତ୍ସାହର ସହ କାର୍ଯ୍ୟ ଜାରି ରଖିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *