ଭୁଶୁଡିଲା ଯାଜପୁର NH -୧୬ରେ ବ୍ରିଜ, ଅଳ୍ପକେ ବର୍ତ୍ତିଲା ଅନେକ ଗାଡି

Spread the love

ଯାଜପୁର ୧୬ ନଂ ଜାତୀୟ ରାଜପଥ ରସୁଲପୁର ବ୍ଲକ ହେଡକ୍ବାଟର ସମ୍ମୁଖ ରାଜପଥର ପୁରୁଣା ବ୍ରିଜ୍ ଭୁଶୁଡି ପଡିଛି | ପ୍ରାୟ 10 ଫୁଟ ତଳକୁ ବ୍ରିଜ୍ ଦବିବା ଫଳରେ ଗାଡି ଚଳାଚଳ ବନ୍ଦ ରହିଛି | ତେବେ ଏଥିରେ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି |
ସୂଚନା ଅନୁଯାୟୀ, ଭୁଶୁଡିବା ସମୟରେ କୌଣସି ଗାଡି ଯାଉନଥିଲା | ଯାଜପୁର ରୁ କଟକ ଯାଉଥିବା ବସ୍ ଟି ସେହି ସମୟରେ ଠିକ ଗତି କରୁଥିଲେ ମଧ୍ୟ ବସ୍ ଟି ଅତିକ୍ରମ କରିବାର ଠିକ ପରେ ପରେ ବ୍ରିଜ୍ ଟି ଭୁଶୁଡି ଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା | ଏହା ପରେ ସେହି ଲାଇନରେ ଗାଡି ଚଳାଚଳ ବନ୍ଦ ରହିଛି | ବାଲେଶ୍ବର ଓ ଯାଜପୁରରୁ କଟକକୁ ସଂଯୋଗ କରୁଥିବା ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି।
୭୦ ବର୍ଷ ପୂର୍ବେ ତିଆରି ହୋଇଥିବା ବ୍ରିଜଟି ଛିଡା ହୋଇଥିବା ବେଳେ ୧୦ ବର୍ଷ ତଳେ ନିର୍ମିତ ହୋଇଥିବା ଏହି ବ୍ରିଜଟି କିପରି ଭୁଶୁଡି ପଡିଲା ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି |

Leave a Reply

Your email address will not be published. Required fields are marked *