କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଦ୍ୱିତୀୟ ଥର କେନ୍ଦ୍ରାପଡ଼ା ଗସ୍ତ

Spread the love

କେନ୍ଦ୍ରାପଡ଼ା : ଭାରତୀୟ ଜନତା ପାର୍ଟିର ଲୋକସଭା ପ୍ରଭାସ ଯୋଜନାର ବୈଠକ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗରାପୁର ଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏବଂ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ଲେଖାଶ୍ରୀ ସାମନ୍ତ ସିଂହାର, ବିନୋଦଶ ଦାସ ପ୍ରମୁଖ ଯୋଗ ଦେଇ ମାନ୍ୟବର ମନ୍ତ୍ରୀଙ୍କ ଦୁଇ ଦିନିଆ କେନ୍ଦ୍ରାପଡା ଗସ୍ତ ଓ ବିଭିନ୍ନ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ଜନ ସାଧାରଣଙ୍କ ନିକଟରେ ପହଁଚାଇବା ପାଇଁ ଉପସ୍ଥିତ ଥିବା କର୍ମକର୍ତା ମାନଙ୍କୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମକୁ ଦୁଇ ଥାକିଆ ଭାବରେ ବିଭକ୍ତ କରାଯାଇ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରାପଡା, ରାଜନଗର, ମହାକାଳପଡା, ଆଳି ନିର୍ବାଚନ ମଣ୍ଡଳୀ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ପାଟକୁରା, ସାଲେପୁର, ମାହାଙ୍ଗା ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରାଯାଇ ରିପୋର୍ଟ ପ୍ରଦାନ କରାଯାଇ ଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ବୈଦନାଥ ଚାଟାର୍ଜୀ, ଭୁବନ ମୋହନ ଜେନା, ସଂପାଦକ ଅଭିମନ୍ୟୁ ଗୋଛାୟତ, ଦୁଯ୍ୟୋଧନ ସାହୁ, ଦୋଳ ଗୋବିନ୍ଦ ନାୟକ, ଅଲେଖ ଜେନା, ସୁନାକର ବେହେରା, ନେହେରୁ ସାହୁ, ଗଗନ ସାହୁ, ବିଷ୍ଣୁ ଦାସ, ତେଜେଶ୍ୱର ପରିଡାଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *