ଭିଜିଲାନ୍ସ ଜାଲରେ ବାରିପଦା ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ

Spread the love

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ବାରିପଦା ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ମୟୁରଭଞ୍ଜ ଜିଲ୍ଲା ବାରିପଦା ଉପଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ବରିଷ୍ଠ କିରାଣୀ ରାମଚନ୍ଦ୍ର ସେନଙ୍କ ବାସଭବନରେ ଭିଜିଲାନ୍ସ ରେଡ୍ ହୋଇଛି । ମୟୂରଭଞ୍ଜର ୫ଟି ଠିକଣାରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । କୁଳିଅଣା ବ୍ଲକ ପଢିଆରୀପୁର ସ୍ଥିତ ବାସଭବନ, ରଘୁନାଥଗଞ୍ଜ ସ୍ଥିତ ଶ୍ରୀରାମ ଭବନ, ଉପଜ଼ିଲ୍ଲାପାଳ କାର୍ଯ୍ୟାଳୟ, ତାଙ୍କ ଶ୍ୱଶୁର ଘର ଏବଂ ଶାମାଖୁଟା ବ୍ଲକ ଅଧୀନ ଖଣ୍ଡିଆସ୍ଥିତ ବାସଭବନରେ ଏକକାଳୀନ ଚଢ଼ଉ ଜାରି କରାଯାଉଛି । ରେଡ୍ ରେ ଜଣେ ଅତିରିକ୍ତ ଏସପି , ୫ ଡିଏସପି, ୭ ଇନ୍ସ୍ପେକ୍ଟର ଓ ଅନ୍ରାନ୍ୟ ଅଧିକାରୀ ସାମିଲ ଅଛନ୍ତି । ଖବର ଲେଖାଯିବା ବେଳକୁ ଚଢାଉ ଜାରୀ ରହିଥିଲା ।

Leave a Reply

Your email address will not be published. Required fields are marked *