ଗରରା ମାଡ ଦୁଇଦିନ ବ୍ୟାପୀ ଅନୁଷ୍ଠିତ

ସୁବର୍ଣ୍ଣପୁର: ମେଣ୍ଢା ମୁଣ୍ଡଟି ବଡ ଟାଣ, ତା ମୁଣ୍ଡିଆକୁ ସାବଧାନ । ହେଲେ ଯେତେବେଳେ ଗୋଟିଏ ମେଣ୍ଢା ଆଉ ଏକ ମେଣ୍ଢାକୁ ମାରେ ଯୁଦ୍ଧ ଭୟଙ୍କର ହୋଇଥାଏ । ସୁବର୍ଣ୍ଣପୁର ସଦର ବ୍ଲକ ହରଡଖୋଲ ଗାଁର ମହାଖଳା ପୂଜାରେ ମେଣ୍ଢା ଲଢେଇ ବା ଗରରା ମାଡ ଦୁଇଦିନ ଧରି ଆୟୋଜିତ ହୋଇଥିଲା । ପାଖଆଖ ଗାଁ ଗୁଡିକର ପ୍ରାୟ ଦୁଇଶହ ମେଣ୍ଢା ଭାଗ ନେଇଥିବା ବେଳେ ଏହାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।

ସୁବର୍ଣ୍ଣପୁର ହରଡଖୋଲ ଗାଁ ମହାଖଳା ପୂଜା ମଇଦାନ । ଫାଇନାଲ ମ୍ୟାଚରେ ହଜାର ହଜାର ଲୋକେ। ଏହା କୌଣସି ଫୁଟବଲ କି କ୍ରିକେଟ ମ୍ୟାଚ ନୁହେଁ। ଏ ହେଉଛି ମେଣ୍ଢା ଲଢେଇ ବା ଗରରା ମାଡ । ଫାଇନାଲରେ ଫବସି ଗାଁର ମେଣ୍ଢାକୁ ସାମନା କରିଥିଲା ବାଲଜୁରୀ ଗାଁର ମେଣ୍ଢା । ମେଣ୍ଢା ମାଲିକମାନେ ନିଜ ନିଜର ମେଣ୍ଢା ସହିତ ଉଭୟ ପଟରେ ବି ପ୍ରସ୍ତୁତ ଥିବା ବେଳେ ଦେଖଣାହାରୀଙ୍କ କରତାଳିରେ ମ୍ୟାଚ ମଇଦାନ କମ୍ପି ଉଠିଥିଲା। ଏହାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।

ଡୁମ୍ୱାଳ ସମ୍ପ୍ରଦାୟର ମହାଖଳା ଯାତ୍ରାରେ ପ୍ରତିବର୍ଷ ମେଣ୍ଢା ଲଢେଇ କାର୍ଯ୍ୟକ୍ରମ ହୋଇଥାଏ। ବିଶେଷ କରି ଏହି ସମ୍ପ୍ରଦାୟର ଲୋକେ ମେଣ୍ଢା ପୋଷି  ବର୍ଷକୁ ଥରେ ମହାଖଳା ଯାତ୍ରାରେ ମେଣ୍ଢା ଲଢେଇ ମ୍ୟାଚ କରିଥାନ୍ତି । ଏହି ଲଢେଇ ଲୋକଙ୍କୁ ବେଶ ମନୋରଂଜନ ଯୋଗାଇଥାଏ। ସେପଟେ ମ୍ୟାଚର ମୁଖ୍ୟ ଆକର୍ଷଣ ହୋଇଥାଏ ଖିଲିପୁଆ ମେଣ୍ଢା ମାଡ ।

ତେବେ ଆୟୋଜକମାନେ ଯାତ୍ରାକୁ ଆକର୍ଷଣୀୟ କରିବାକୁ ବିଭିନ୍ନ ନିରୀହ ପଶୁପକ୍ଷୀଙ୍କୁ ନେଇ ମାଡ କରିବା ଯେ ଆଇନକୁ ଉଲଙ୍ଘନ କରୁଛି ଏକଥା ଖୁବ୍ କମ ଲୋକଙ୍କୁ ଜଣା । ତେବେ ଏଭଳି ପ୍ରଥାକୁ ବନ୍ଦ କରିବାକୁ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି ।

ଗଣପତି ବାଘଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *