ଚଳଚଞ୍ଚଳ ପ୍ରସିଦ୍ଧ ଲୋକନାଥଙ୍କ ମନ୍ଦିର

Spread the love

ପୁରୀ: ଆଜି ମହାଶିବରାତ୍ରି ବା ଜାଗର ଯାତ୍ରା ପାଇଁ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ | ଗତକାଲି ବିଳମ୍ବିତ ରାତ୍ରିରେ ଲୋକନାଥଙ୍କ ମନ୍ଦିର ଦ୍ୱାର ଖୋଲିବା ପରେ ଅନ୍ୟାନ୍ୟ ନୀତି ବଢିବା ପରେ ଭୋର 4 ଟା ରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ | ରାତି ୨ ଟାରୁ ୩ ଟା ରେ ହରିହର ଭେଟ ପରେ..ଭୋର 4ଟା ମଧ୍ୟରେ ମହାଦୀପ ଉଠିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି | ଶୃଙ୍ଖଳିତ ଦର୍ଶନ ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା | ଦୀର୍ଘ ଦୁଇବର୍ଷ ପରେ ଜାଗର ଯାତ୍ରାରେ ଚଳଚଞ୍ଚଳ ହୋଇ ଉଠିଥିଲା ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଶୈବପୀଠ ଲୋକନାଥଙ୍କ ମନ୍ଦିର |

ଓଂ ନମଃ ଶିବାୟ, ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଜାଗର ପଦା | ଗତକାଲି ବିଳମ୍ବିତ ରାତ୍ରି.୧୨ ଟା ୩0. ଟାରେ ମନ୍ଦିର ଦ୍ୱାର ଫିଟିବା ପରେ ୧ ଟେ ରେ ମଙ୍ଗଳ ଆଳତି, ଅବକାଶ, ସୂର୍ଯପୂଜା ଓ ଭୋଗ ପରେ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ | ଭୋର 4ଟା ରୁ ଦର୍ଶନ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ସକାଳୁ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା | ବିଶେଷ କରି ଜାଗର ଜାଳିବା ପାଇଁ ଭକ୍ତଙ୍କ ମନରେ ବେଶ ଉତ୍ସାହ ଦେଖାଦେଇଛି | ଆଜି ରାତି ୨ ଟା ରେ ସର୍ବସାଧାରଣ ଦର୍ଶନ ବନ୍ଦ ହେବା ପରେ ରାତି୨ ଟା ରୁ ୩ . ଟା ରେ ହରିହର ଭେଟ ନୀତି ପରେ ଭୋର ୪ଟା ମଧ୍ୟରେ ମହାଦୀପ ଉଠିବ ବୋଲି ନୀତିନିର୍ଘଣ୍ଟ କରାଯାଇଛି | ତେବେ ଆଜିର ଦିନରେ ବାବା ଲୋକନାଥଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି ଭକ୍ତ |

ସର୍ବସାଧାରଣ ଦର୍ଶନ ବ୍ୟତୀତ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ମଧ୍ୟ କରାଯାଇଛି | ସେଥିପାଇଁ ଶହେ ଟଙ୍କିଆ ୫ ହଜାର ଟିକେଟର ବ୍ୟବସ୍ଥା କରାଯାଇଛି | ଅନ୍ୟପଟେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟା୍ରିକେଡ଼ ବ୍ୟବସ୍ଥା ସହ ୧୫ ପ୍ଲାଟୁନ ପୋଲିସ ଫୋର୍ସ ଓ ବରିଷ୍ଟ ଅଧିକାରୀ ନିୟୋଜିତ ହୋଇଛନ୍ତି |   ସେପଟେ ଟ୍ରାଫିକ ବ୍ୟବସ୍ଥାକୁ ସୁବନ୍ଦୋବସ୍ତ କରିବା ପାଇଁ ସ୍ୱତନ୍ତ୍ର ଆରକ୍ଷୀଙ୍କୁ ନିୟୋଜିତ କରାଯାଇଥିଲା | ସନ୍ଧ୍ୟାରେ ଲୋକନାଥଙ୍କ ମନ୍ଦିର ଚତୁରପାର୍ଶ୍ୱ ଦୀପମୟ ହୋଇ ଉଠିଥିବା ବେଳେ ଅଳ୍ପ ସଂଖ୍ୟକ ଦୋକାନ ବଜାର ହୋଇଥିବା ଦେଖିବାକୁ ମିଳିଥିଲା | କିନ୍ତୁ ଚଳିତବର୍ଷ ବାବା ଲୋକନାଥଙ୍କ ଗମ୍ଭୀରା ଦର୍ଶନ ବନ୍ଦ  ରଖାଯାଇଛି |

ମହାଶିବରାତ୍ରିରେ ନିର୍ଜଳ ରହି ବାବା ଲୋକନାଥଙ୍କୁ ଦର୍ଶନ କରିବା ସହ ଉଜାଗର ରହି ଜାଗର ଜାଳିଲେ ମହାପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି |

ଶିବପ୍ରସାଦ ଦାସଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *