ଆଜି ବନକ ଲାଗି ନୀତି ସମ୍ପାଦନ ପାଇଁ ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନର ନୋଟିସ୍ ଜାରୀ

Spread the love

ପୁରୀ : ବନକ ଲାଗି ନୀତିକୁ ନେଇ ଲାଗି ରହିଥିବା ବିବାଦ ଥମିବାର ନାଁ ନେଉନାହିଁ । ଆଜି ଶ୍ରୀଜୀଉଙ୍କ ବନକ ଲାଗି ପାଇଁ ଦତ ମହାପାତ୍ର ନିଯୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଏହାକୁ ଅବମାନନା କଲେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ରହିଛି । ତେବେ ନିଯୋଗର ଜଣେ ବରିଷ୍ଠ ସେବାୟତ କହିଛନ୍ତି ଯେ, ଗତକାଲି ରାତି ୧୦ଟାରେ ଏ ସମ୍ପର୍କିତ ବାର୍ତ୍ତା ପାଇଛୁ ।

ଏଠାରେ ଉଲ୍ଲେଖଯୋଗ୍ୟ , ପୂର୍ବରୁ ଦତ ମହାପାତ୍ର ନିଯୋଗକୁ ଏନେଇ କାରଣ ଦର୍ଶାଅ ନୋଟିସ୍ ଜାରୀ ହୋଇଥିଲା । ତେବେ ଏହି ନୋଟିସ୍ ର ଉତ୍ତର ସନ୍ତୋଷଜନକ ହୋଇନଥିଲା । ଯାହାକୁ ନେଇ ଗତକାଲି ପୁର୍ନବାର ନୋଟିସ୍ ଜାରୀ ହୋଇଛି । ଆଜି ନୀତି ସମ୍ପାଦନ ନକଲେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପକ୍ଷରେ ଆଜି ବନକ ଲାଗି ନୀତି ସମ୍ପାଦନ ପାଇଁ ପାଳିଆ ସେବକ ଆସିବେ କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *