ସିକନ୍ଦରାବାଦ ଅଗ୍ନିକାଣ୍ଡ: ଓଡିଆ ଦମ୍ପତିଙ୍କ ସହ  ୮ ମୃତ,

Spread the love

ସିକନ୍ଦରାବାଦ: ତେଲେଙ୍ଗାନାର ସିକନ୍ଦରାବାଦ ସହରରେ ସୋମବାର ମଧ୍ୟରାତ୍ରିରେ ଏକ ଇଲେକ୍ଟ୍ରିକ ସ୍କୁଟର ସୋ ରୁମରେ ଭୟଙ୍କର ଅଗ୍ନିକାଣ୍ଡ। ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ସୋ ରୁମ ଥିବା କୋଠାରେ ଏକ ହୋଟେଲ ଥିଲା। ମୃତକମାନେ ହୋଟେଲରେ ଥିବା ସୂଚନା। ମୃତକଙ୍କ ମଧ୍ୟରେ ଏକ ଓଡିଆ ଦମ୍ପତି ଥିବା ବେଳେ ଜଣେ ଓଡିଆ ଗୁରୁତର ଆହତ ହୋଇଥିବା ଖବର ରହିଛି।

ହାଇଦ୍ରାବାଦ ପୁଲିସ କମିଶନ ସି ବି ଆନନ୍ତ ଅଗ୍ନିକାଣ୍ଡ ସମ୍ପର୍କରେ କହିଛନ୍ତି କି, କୋଠାର ତଳେ ସୋ ରୁମ ରହିଥିଲା। ସୋ ରୁମରେ ନିଆଁ ଲାଗିଯିବାରୁ  ନିଆଁ ଓ ଧୁଆଁ ସିଡି ଦେଇ ଉପର ମହଲାରେ ପହଞ୍ଚିଥିଲା। କୋଠାର ୪ ମହଲାରେ ଥିବା ହୋଟେଲରେ ୨୩ଟି କୋଠରୀ ଥିଲା। ତେବେ ଧୂଆଁରେ ପ୍ରଥମ ଓ ଦ୍ବିତୀୟ ମହଲାରେ ଥିବା ହୋଟେଲ ରୁମରେ ରହୁଥିବା ଲୋକଙ୍କର ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା। ଏହି ଅଗ୍ନିକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଛି ଓ କିଛି ଲୋକ ପୋଡି ଚିକିତ୍ସିତ ହେଉଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖା  ଓ କେନ୍ଦ୍ର ପକ୍ଷରୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ କେସିଆର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି।

ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୮ ଜଣଙ୍କ ମଧ୍ୟରୁ ଓଡିଶାର ଏକ ଦମ୍ପତି ରହିଛନ୍ତି। କଟକ ଲାଲବାଗର ଚନ୍ଦନ ଜେଠୀ ଓ ତାଙ୍କ ସ୍ତ୍ରୀ ମିତାଲି ମହାପାତ୍ର ଭାବେ ଚିହ୍ନଟ କରାଯାଇଛି। ଉଭୟ ଅଗ୍ନିକାଣ୍ଡ ହୋଇଥିବା କୋଠାର ହୋଟେଲରେ ଥିଲେ। ଅନ୍ୟପଟେ ଉଦୟ ଆଚାର୍ଯ୍ୟ ନାମକ ଜଣେ ଓଡିଆ ଅଗ୍ନିକାଣ୍ଡରେ ଗୁରୁତର ହୋଇଛନ୍ତି।  

ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି। ତାମିଲନାଡୁର କୃଷ୍ଣଗିରି ଜିଲ୍ଲାର ଏକ ଇଣ୍ଡଷ୍ଟ୍ରିଆଲ୍ ହବ୍ ହୋସୁରରେ ଏକ ଇଲେକ୍ଟ୍ରିକ ସ୍କୁଟରରେ ନିଆଁ ଲାଗିଯାଇଥିଲା। କିନ୍ତୁ ଅଳ୍ପକେ ବର୍ତ୍ତିଯାଇଥିଲେ ଗାଡି ଚାଳକ। ସେହିଭଳି ଗୁଜୁରାଟର ପାଟନ ଜିଲ୍ଲାର ସୁବିଧିନଥ ସୋସାଇଟର ଏକ ଘରେ ଅଗ୍ନିକାଣ୍ଡ ଘଟିଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସ୍କୁଟରଟିକୁ ଚାର୍ଜ କରୁଥିବା ସମୟରେ ହଠାତ୍ ସ୍କୁଟରଟି ଜଳିବାକୁ ଲାଗିଥିଲା। ଖାଲି ଗୁଜୁରାଟ କି ତାମିଲନାଡୁରେ ନୁହେଁ ଦେଶର ବିଭିନ୍ନ ରାଜ୍ୟରୁ ଇଲେକ୍ଟ୍ରିକ ସ୍କୁଟର ଜଳିଥିବାର ଚିତ୍ର ସାମ୍ନାକୁ ଆସୁଛି। ଯାହାକୁ ନେଇ ଚିନ୍ତାରେ

Leave a Reply

Your email address will not be published. Required fields are marked *