ବସ୍ତି ଅଞ୍ଚଳର ହୋଇଛି ବିକାଶ

Spread the love

ଜୟପୁର : ଜୟପୁର ସହର ବିଜୁ ରାଜ ନଗର ଅଞ୍ଚଳ ବିକାଶକାର୍ଯ୍ୟର ସମୀକ୍ଷା ହୋଇଛି । ଦିନେ ବର୍ଷା ହେଲେ ଘରେ ଘରେ ପାଣି ପଶୁଥିବା ବେଳେ ଏବେ ୪୮ଲକ୍ଷ ଟଙ୍କା ବିନିମୟରେ ରାସ୍ତା, ଡ୍ରେନ, ସୋଲାର ଲାଇଟ ଆଦି ବ୍ୟବସ୍ଥା କରାଯାଇଛି । ବସ୍ତି ଅଞ୍ଚଳର ବିକାଶ କରାଯାଇଛି । ଏମିତିକି ୫୨ ପରିବାରକୁ ଘରେ ଘରେ ପାଇଖାନା ନିର୍ମାଣ କରିବା ପାଇ କାର୍ଯ୍ୟାଦେଶ ଦିଆଯାଇଛି । ସେଠାରେ ଶିଶୁ ଉଦ୍ୟାନ , ପରିଚୟ ଗୃହ ମଧ୍ୟ ନିର୍ମାଣ ହେବ ବୋଲି ପୌର କାଯ୍ୟନିବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ ସୂଚନା ଦେଇଛନ୍ତି । ଆଗାମି ଦିନରେ ବିଜୁ ଆଦର୍ଶ ନଗର ଭାବେ ପରିଗଣିତ ହେବାକୁ ଯାଇଛି । ତଳି ଅଞ୍ଚଳଟି ଅବ୍ୟବସ୍ଥା ଘେରରେ ଥିବା ବେଳେ ଜୟପୁର ପୌରପାଳିକାର ଉଦ୍ୟମରେ ସଫଳ ହୋଇଥିବାରୁ ବସ୍ତି ବାସିନ୍ଦା ଧନ୍ୟ ବାଦ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *