ନିଜ ମା’ର ତଣ୍ଟି ଚିପି ହତ୍ୟା କଲା ପୁଅ

ନିଶାସକ୍ତ ଅବସ୍ଥାରେ ନିଜ ମା’ର ତଣ୍ଟି ଚିପି ହତ୍ୟା କଲା ପୁଅ । ଏଭଳି ଅଭାବନୀୟ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚପଡ଼ା ପଞ୍ଚାୟତର ତାଳପଦା ଗାଁରେ ଘଟିଛି। ମା’ ମାଛ ଦେଲାନି ବୋଲି ତଣ୍ଟି ଚିପି ମାଆକୁ ହତ୍ୟା କରିଛି ପୁଅ । ସୂଚନା ମୁତାବକ, ତାଳପଦା ଗାଁର ଅରୁଣ ମହାନ୍ତି ସବୁଦିନ ନିଶାଗ୍ରସ୍ତ ହୋଇ ସ୍ତ୍ରୀ ଓ ପିଲା ଛୁଆଙ୍କୁ ମାରଧର କରନ୍ତି । ମଙ୍ଗଳବାର ରାତିରେ ଅରୁଣ ମଦ ପିଇ ଘରକୁ ଫେରି ମା’କୁ ଖାଇବାକୁ ମାଗିଥିଲା । ମା ଖାଇବାକୁ ଦେବା ପରେ ମାଛ କାହିଁକି ଦେଲୁନି କହି ମାରପିଟ କରବା ସହ ତଣ୍ଟି ଚିପି ଦେଇଥିଲା । ଏହା ଦେଖି ସ୍ତ୍ରୀ ଛଡାଇବାକୁ ଆସିବାରୁ ତାକୁ ମଧ୍ୟ ମାଡ଼ ମାରିଥିଲା । ତେବ ମା’ ବାସନ୍ତୀ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକ ଉଦ୍ଧାର କରି ତାଙ୍କୁ ମେଡିକାଲକୁ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବୋହୂ ସିମୁଳିଆ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ପୁଅ ଅରୁଣକୁ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *