ଶୀଘ୍ର କାର୍ଯ୍ୟକ୍ଷମ ହେବ ନୂଆ ବସଷ୍ଟାଣ୍ଡ

Spread the love

କଟକ : ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ନୂତନ ବସଷ୍ଟାଣ୍ଡ । କଟକ ଖାନଗର ଠାରେ ନିର୍ମାଣ ଚାଲିଛି ଅତ୍ୟାଧୁନିକ ନେତାଜି ବସ ଟର୍ମିନାଲ । 12 ଏକର ଜମି ରେ 65 କୋଟି ଟଙ୍କା ବେୟରେ ଚାଲିଛି ଏହି ନୂତନ ବସଷ୍ଟାଣ୍ଡ  ଆସନ୍ତା ଏପ୍ରିଲ ମାସରେ ଏହାର ସମ୍ପୂର୍ଣ୍ଣ କାମ ଶେଷ କରାଯାଇ ଏହାକୁ  କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ଜିଲାପାଳ।

ଖୁବ ଶୀଘ୍ର ଶେଷ ହେବ ନେତାଜୀ ବସ ଟର୍ମିନାଲ କାର୍ଯ୍ୟ । ଆସନ୍ତା ଏପ୍ରିଲ ମାସରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ ରଖା ଯାଇଛି। ଯେଉଁଠି ରହିଵ ସଵୁ ଅତ୍ୟାଧୁନିକ ବ୍ୟବସ୍ଥା। ଯାତ୍ରୀ ଙ୍କ  ସୁଵିଧା ପାଇଁ ରହିଵ ହୋଟେଲ, ରେଷ୍ଟୁରାଣ୍ଟ , କଫି କର୍ଣ୍ଣର , ଠାରୁ ଆରମ୍ଭ କରି ସପିଂ ମଲ, ମାର୍କେଟ କମ୍ପ୍ଲେକ୍ସ।ଏସବୁ  କିଛି ରହିଵ ଏହି ଅତ୍ୟାଧୁନିକ ଵସ୍ ଷ୍ଟାଣ୍ଡରେ। ଏହାସହ ଯାତ୍ରୀ ଙ୍କ ପାଇଁ ୱେଟିଂ ହଲ, ଟୟଲେଟ, ଶିଶୁ ଙ୍କ ପାଇଁ ଵେବି ଫିଡିଂ ରୁମ ଇଲେକ୍ଟ୍ରି ଗାଡି ଚାର୍ଜୀଂ ପଏଣ୍ଟ ର  ମଧ୍ୟ ଵ୍ୟଵସ୍ଥା କରାଯିଵ ବୋଲି କହିଛନ୍ତି ସିଏମସି କମିଶନର।

ଜାନୁଆରୀ 23 ତାରିଖ ନେତାଜୀ ଜୟନ୍ତୀ ରେ ନୂତନ ବସ ଟର୍ମିନାଲ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ।  ୬୫ କୋଟି ଟଙ୍କା ବ୍ୟୟ ଅଟକଳରେ ଖାନନଗର ଠାରେ ନିର୍ମିତ ହେବାକୁ ଥିବା ଏହି ବସ ଟର୍ମିନାଲ ପ୍ରକଳ୍ପଟିକୁ ଦେଢ ବର୍ଷ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଥିଲା ।ଏହି 11 ହଜାର ବର୍ଗ ଫୁଟ ପରିମିତ ଜାଗା ରେ   ଏକକାଳିନ ୧୮୦ଟି ବସ ରହିବାର ବ୍ୟବସ୍ଥା କରାଯାଇଛି।ଏହା ବ୍ୟତିତ ଦୁଇ ଚକିଆ ଏବଂ ୪ ଚକିଆ ଯାନ ପାଇଁ ଅଲଗା ଅଲଗା ପାର୍କିଂ ପ୍ଲେସ୍‌ ରହିବ । ଏହି ପାକିଂ ପ୍ଲେସ୍‌ରେ ଏକକାଳିନ ୨୭୫ଟି ଚାରି ଚକିଆ ଜାନ ପାର୍କିଂ କରି ପାରିବ  ।

ନେତାଜୀ ଙ୍କ ସଂଗ୍ରାମ ସ୍ମୃତି ଯେପରି ଜାଗ୍ରତ ହୋଇପାରିବ ତାର  ବିଭିନ୍ନ ଝଲକ ଦେଖିବାକୁ ମିଳିବ ଏହି ନୂତନ ବସଷ୍ଟାଣ୍ଡରେ।

ଦୀପ୍ତିରଞ୍ଜନ ଶତପଥୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *