ପୋଲାଭରମ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜେଡ଼ି ଆଗରୁ ବି ରାଜ୍ୟର ସ୍ବାର୍ଥ ପାଇଁ ଲଢେ଼ଇ କରୁଥିଲା । ଆଉ ଆଗକୁ ବି ଲଢେଇ ଜାରି ରହିବ ବୋଲି କହିଲେ ନବୀନ। ତାଙ୍କୁ କଡ଼ା କାଉଣ୍ଟର କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ…କିଏ କେତେ ବାଟ ଲଢେଇ କରୁଥିଲା କି କଣ କରୁଥିଲା, 24 ବର୍ଷର ଇତିହାସ ବହୁତ ଲମ୍ବା ଅଛି । ତେଣୁ ଲଢେଇ କେଉଁଠି, କେମିତି କରୁଥିଲେ, ସେ କଥା ଯଦି ଖୋଲି ଦିଆଯାଏ, ତେବେ କିଛି ଲୋକ ରାଜନୀତିରୁ ସନ୍ନ୍ୟାସ ନେଇଯିବେ ନହେଲେ କାହାକୁ ମୁହଁ ଦେଖାଇ ପାରିବେନି । କିନ୍ତୁ ଓଡ଼ିଶାବାସୀଙ୍କ ସ୍ବାର୍ଥ ଲାଗି ବିଜେପି ଲଢେଇ କରିବା ପାଇଁ ଆଗକୁ ଆସିଛି । ଏହାସହ ଆଗକୁ ମଧ୍ୟ ଓଡ଼ିଶାର ସ୍ବାର୍ଥ ପାଇଁ ଯାହା ଆବଶ୍ୟକତା ଅଛି, ବିଜେପି ସରକାର ନିଶ୍ଚିତ କରିବ । ଏହାର ସ୍ପଷ୍ଟତା ଆମେ ଦେଉଛୁ । କିନ୍ତୁ 24 ବର୍ଷ ଧରି ଇତିହାସ ଯଦି ଅନୁଶୀଳନ କରାଯାଏ ତେବେ ପୂର୍ବ ବିଜେଡ଼ି ସରକାର କଣ ଲଢେଇ କରୁଥିଲେ, ଓଡ଼ିଶାର କେତେ ସ୍ବାର୍ଥ ସୁରକ୍ଷିତ କରିଛନ୍ତି, ତାହାର ଏକ ନଗ୍ନ ଚିତ୍ର ଓଡ଼ିଶା ଲୋକଙ୍କ ଆଗରେ ଛିଡା ହୋଇଛି।ପୋଲାଭରମ ପ୍ରସଙ୍ଗରେ ବିରୋଧୀଙ୍କ ଅଭିଯୋଗ ଉପରେ କଡ଼ା ଜବାବ ରଖିଲା ବିଜେପି । ପୋଲାଭରମ ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ବିରୋଧୀ । ବିଜେପି ପୋଲାଭରମ ପ୍ରକଳ୍ପ ପାଇଁ ଚିନ୍ତିତ । ଓଡ଼ିଶାର ଗୋଟିଏ ଇଞ୍ଚ ଜମି ଅବୈଧ ଭାବରେ ପୋଲାଭରମକୁ ଦିଆଯିବ ନାହିଁ । ବିରୋଧୀଙ୍କ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ । 24 ବର୍ଷର ପୂର୍ବ ବିଜେଡ଼ି ସରକାରକୁ ସୁଯୋଗ ମିଳିଥିଲା, ଆଲୋଚନା ମାଧ୍ୟମରେ ସମାଧାନ କରିପାରିଥାନ୍ତେ । କିନ୍ତୁ କିଛି ପଦକ୍ଷେପ ନେଲା ନାହିଁ ବିଜେଡ଼ି । କେବଳ ଗୋଟିଏ ଦୁଇଟି ଚିଠି ଲେଖି ଦେଲେ, ସି ବ୍ଲ୍ୟୁ ସି କୁ ଭେଟି ଦେଲେ ସମସ୍ୟାର ସମାଧାନ ହେବ ନାହିଁ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଇ ଥର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି । ବିଜେପି ସରକାର ଓଡ଼ିଶା ସ୍ବାର୍ଥ ରକ୍ଷା ପାଇଁ ବଦ୍ଧ ପରିକର । କେବଳ ନିଜର ରାଜନୈତିକ ରୁଟି ସେକିବା ପାଇଁ କପୋଳକଳ୍ପିତ ଶବ୍ଦ ବ୍ୟବାହର କରୁଛନ୍ତି ବିରୋଧୀ । ଏହାକୁ ରାଜ୍ୟବାସୀ କେବେ ଗ୍ରହଣ କରିବେ ନାହିଁ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now