ଓଡିଆ ସିନେମା ବଞ୍ଚାଇବାକୁ ଶ୍ରୀଧର ମାର୍ଥାଙ୍କ ଆହ୍ବାନ

Spread the love

ଭୁବନେଶ୍ବର: ଆଜି ଜାତୀୟ ସିନେମା ଦିବସ। ଦେଶବ୍ୟାପୀ ସମସ୍ତ ସହରରେ ଥିବା ସିନେମା ହଲରେ ଆଜି ଦର୍ଶକଙ୍କୁ ହଲ ପ୍ରତି ଆକୃଷ୍ଟ କରିବାକୁ ଟିକେଟ ଦରକୁ ମାତ୍ର ୭୫ ଟଙ୍କା କରାଯାଇଛି।  ଓଡିଶାରେ ମଧ୍ୟ ସମାନ୍ତରାଳଭାବେ ସିନେମା ହଲରେ ଚାଲିଛି  ସିନେମା।

ଲୋକଙ୍କୁ ହଲ ପ୍ରତି ଆକୃଷ୍ଟ କରିବାକୁ ହଲ ମାଲିକ ଯୋଜନା କରିଥିବା ବେଳେ ଓଲିଉଡ ପ୍ରଯୋଜକ ଶ୍ରୀଧର ମାର୍ଥା ଓଡ଼ିଆ ସିନେମାର ଅଗ୍ରଗତି ପାଇଁ ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ଆରମ୍ଭ କରିଛନ୍ତି।  ସିନେମା ଦିବସରେ ତାଙ୍କ ହାତରେ ଏକ ପୋଷ୍ଟର ଧରି ଓଡିଆ ସିନେମାକୁ ବଞ୍ଚାଇ ରଖିବାକୁ ଦେଇଛନ୍ତି ଆହ୍ବାନ। ସେ ସମସ୍ତ ସିନେମା  ନିର୍ଦେଶକ, ପ୍ରଯୋଜକଙ୍କ ସହିତ କଳାକାରମାନଙ୍କୁ ବାର୍ତା ଦେଇଛନ୍ତି କିପରି ଆମ ଓଡ଼ିଆ ସିନେମା ଆଗକୁ ପ୍ରଗତି କରିବ ସେ ଦିଗରେ ବଳିଷ୍ଠ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ସେ ନିଜ ପୋଷ୍ଟର ମାଧ୍ୟମରେ ସିନେ ଜଗତ ସହ ଏହି ଜଗତ ସହ ଜଡିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଓଡିଆ ସିନେମାକୁ ବଞ୍ଚାଇ ରଖିବା ସହ ଅଧିକ ରୁଦ୍ଧିମନ୍ତ ଓ ବଳିଷ୍ଠ କରିବାକୁ ଆହ୍ବାନ ଦେଇଛନ୍ତି।

Leave a Reply

Your email address will not be published. Required fields are marked *