ଓଡ଼ିଶା

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକ ଲାଗି

ପୁରୀ : ଆଜି ଆଷାଢ଼ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ପରେ ଏହି ନୀତି ଆରମ୍ଭ ହେବ । ଆଜି ଓ ଆସନ୍ତା କାଲି ଏହି ନୀତି ଅନୁଷ୍ଠିତ ହେବ । ସ୍ନାନପୂର୍ଣ୍ଣମୀ ଦିନ ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତି ୧୦୮ ଗରା ସୁବାସିତ ଅଧିବାସ ଜଳରେ ସ୍ନାନ କରିବା ପରେ ଜ୍ଵରରେ ପୀଡ଼ିତ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରୁଛନ୍ତି । ଫୁଲୁରୀ ତେଲ ଲାଗି ଏବଂ ଓଷ ଲାଗି ପରେ ଧିରେ ଧିରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଆସନ୍ତା ୧୯ ତାରିଖରେ ଭକ୍ତଙ୍କୁ ନବ ଯୌବନ ବେଶରେ ଦର୍ଶନ ଦେବେ ।

ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ନୀତିରେ ପ୍ରାକୃତିକ ରଙ୍ଗ ହିଙ୍ଗୁଳ, ହରିତାଳ, ପ୍ରିୟଙ୍ଗୁ, କସ୍ତୁରୀ, କଳା, ଧଳା ଓ ନାଲି ରଙ୍ଗର ବ୍ୟବହାର ହୋଇଥାଏ । ଦତ ମହାପାତ୍ର ସେବକମାନେ ଶ୍ରୀଜୀଉଙ୍କ ଏହି ଗୁପ୍ତ ନୀତି ସମ୍ପନ୍ନ କରିଥାନ୍ତି ।

Leave a Reply

Your email address will not be published.

Back to top button