ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଶେଷ। ବୈଠକରେ ନିଆଗଲା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ସେବାୟତ ପିଲାଙ୍କ ପାଇଁ ଆଦର୍ଶ ଗୁରୁକୂଳ ପ୍ରକଳ୍ପ ଉପରେ ହୋଇଛି ଆଲୋଚନା। ବିର୍ଲା ଫାଉଣ୍ଡେସନ ସହ ଚୁକ୍ତି ବାତିଲ୍। ନୂଆ ସଂସ୍ଥା ସହ ଚୁକ୍ତି ହେବ। ମାଟିତୋଟାରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି। ରତ୍ନ ଅଳଙ୍କାର ଗଣତିମଣତି ପ୍ରସଙ୍ଗ। ପ୍ରଥମ ଦିନ ତିଥି ଲଗ୍ନ ବାର ଦେଖି ସ୍ଥିରିକୃତ କରାଯିବ। ତାରିଖ ସ୍ଥିରିକୃତ ହୋଇ ରାଜ୍ୟ ସରକାରଙ୍କୁ ଦିଆଯିବ। ଭକ୍ତଙ୍କ ଦର୍ଶନ ପ୍ରଭାବିତ ହେବ ନାହିଁ। ବାହାରକାଠରୁ ଦର୍ଶନ ହେବ। ୧୧ ପୃଷ୍ଠାର ଏସଓପି ହୋଇଛି। ସମସ୍ତ ପ୍ରକ୍ରିୟାର ଡିଜିଟାଇଜେସନ ହେବ। ମହାପ୍ରଭୁଙ୍କ ନୂତନ ରତ୍ନପଲଙ୍କ ସେଟ୍ ତିଆରି ହୋଇଛି। କୋଉ ଶୁଭ ବେଳାରେ ଏହା ଲାଗୁ ହେବ ସେନେଇ ମଧ୍ଯ ସେବାୟତ ନିଷ୍ପତ୍ତି ନେବେ। ଗୁଣ୍ଡିଚା ମନ୍ଦିର କେବେ ଖୋଲିବ ସେନେଇ ପରିଚାଳନା କମିଟିର ସଦସ୍ୟ ତିଥି ଲଗ୍ନ ଦେଖି ବିଚାର କରିବେ। ଗୁଣ୍ଡିଚା ମନ୍ଦିର ପ୍ରବେଶ ପାଇଁ 10 ଟଙ୍କା ଟିକେଟ୍,,,ମୋବାଇଲ ଓ ଜୋତାଷ୍ଟାଣ୍ଡ ନିଶୁଳ୍କ। ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଚାରୋଟି ଭକ୍ତନିବାସରେ ପାର୍କିଂ ପାଇଁ ୫୦୦ ଟଙ୍କା ନେବା ପ୍ରସଙ୍ଗ। ପରିଚାଳନା କମିଟିରେ ଆଲୋଚନା ପରେ ୨୪୦ ଟଙ୍କା ଭକ୍ତ ଦେବେ ୨୪ ଘଣ୍ଟା ପାଇଁ ଆସନ୍ତାକାଲି ଠାରୁ ଲାଗୁ ହେବ ନୂଆ ପାର୍କିଂ ଫି। ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଦର୍ଶନ କରାଯିବ। କୌଣସି ସୁରକ୍ଷାକର୍ମୀ ଓପନ୍ ମୋବାଇଲ ଫୋନ୍ ବ୍ୟବହାର କରିବେନି । ସେବକଙ୍କ ପାଇଁ ମଧ୍ୟ ଲାଗୁ ହେଲା ମୋବାଇଲ ଫୋନ୍ କଟକଣା। କଥାବାର୍ତ୍ତା ପାଇଁ ଶାଖା କାର୍ଯ୍ୟାଳୟରେ ଫୋନ୍ ବ୍ୟବହାର କରିପାରିବେ। ଖୋଲାଖୋଲି ମୋବାଇଲ ଫୋନ୍ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ। ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି ଉପରେ ଗୁରୁତ୍ୱ। ନାଟମଣ୍ଡପରେ ଏସି ବ୍ୟବସ୍ଥା ଖୁବଶୀଘ୍ର କରାଯିବ। ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ପାଇଁ ରାମ୍ପର ବ୍ୟବସ୍ଥା କରାଯିବ। ସେନେଇ ଟେକ୍ନିକାଲ୍ କମିଟି ସହ ଆଲୋଚନା ହେଉଛି। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରୋଟୋକଲ୍ ବ୍ୟବସ୍ଥା ହେଵ।
Naxatra News is now on Whatsapp
Join and get latest news update delivered to you via whatsapp
Join Now