ବିଶୃଙ୍ଖଳ ଆଚରଣ ଯୋଗୁଁ ଷ୍ଟାଲିନ ମିଶ୍ର ପିସିସି ମୁଖପାତ୍ର ପଦରୁ ହଟିଲେ

Spread the love

ଭୁବନେଶ୍ୱର : ଗଣମାଧ୍ୟମରେ ଆପତିଜନକ ପ୍ରତିକ୍ରିୟା ଦେଇ ପିସିସି ମୁଖପାତ୍ର ଷ୍ଟାଲିନ ମିଶ୍ର  ଦଳୀୟ ଶୃଙ୍ଖଳା ଭଙ୍ଗକରିଥିଲେ । ଏଥିନିମନ୍ତେ ଦୋଷ ସ୍ୱୀକାର କରି ଦେଇଥିବା ମନ୍ତବ୍ୟକୁ ପ୍ରତ୍ୟାହାର କରିଦେବାର ପରାମର୍ଶକୁ ଗ୍ରହଣ କରିନଥିଲେ । ସୁତରାଂ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରାଙ୍କ ସୁପାରିଶକ୍ରମେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଶ୍ରୀ ମିଶ୍ରଙ୍କୁ ପିସିସି ମୁଖପାତ୍ର ପଦରୁ ବହିସ୍କାର କରିଛନ୍ତି ବୋଲି ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *