ଭୁବନେଶ୍ୱର : ଭୁବନେଶ୍ୱର ସହର ପୂର୍ବତନ ପୌରାଧ୍ୟକ୍ଷ ତଥା ବିଶିଷ୍ଟ ଚିକିତ୍ସକ ଡ. ଜଗନ୍ନାଥ ମହାପାତ୍ରଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ମନମୋହନ ସାମଲ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଭୁବନେଶ୍ୱରର ବିକାଶ ଓ ଲୋକ କଲ୍ୟାଣ ପାଇଁ କରିଥିବା କାର୍ଯ୍ୟ ଏବଂ ଜଣେ ଚିକିତ୍ସକ, ସମାଜସେବୀ ଓ ରାଜନେତା ଭାବେ ସର୍ବଦା ସ୍ମରଣୀୟ ହୋଇ ରହବେ । ସ୍ୱର୍ଗତଃ ମହାପାତ୍ରଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ ପରିବାରବର୍ଗଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ମନମୋହନ ସାମଲ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରାର୍ଥନା କରିଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now