ଓଡ଼ିଶାପାଣିପାଗ ଓ ପରିବେଶ

ପଶ୍ଚିମା ଝଡର ପ୍ରଭାବରେ ପ୍ରବଳ ବର୍ଷା

ଭୁବନେଶ୍ବର: ସୋମବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ପଶ୍ଚିମା ଝଡର ପ୍ରଭାବ ଦେଖିବାକୁ ମଳିଛି । ଆଜି ଭୋର ସମୟରୁ  ରାଜ୍ୟର କିଛି ସ୍ଥାନରେ ଘଡଘଡି ସହ ବର୍ଷା ପବନ ହୋଇଥିବାର ଦେଖିବାକୁ ମିଳିଥିଲା । ବର୍ଷାର ପ୍ରଭାବ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରହିବାର ସମ୍ଭାବନା ଅଛି ବୋଲି ଭୂବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । S

ପାଣିପାଗ ବିଭାଗର ସୂଚନା ଆଧାରରେ, ଆଜି ପଶ୍ଚିମା ଝଡ ପ୍ରଭାବରେ 10 ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି ଏବଂ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାଗୁଡିକ ହେଉଛି ଗଞ୍ଜାମ, ଗଜପତି , ବାଲେଶ୍ୱର, ଭଦ୍ରକ, କେଉଁଝର, ମୟୁରଭଞ୍ଜ, ସୁନ୍ଦରଗଡ, ଦେବଗଡ, ଯାଜପୁର ଓ କନ୍ଧମାଳ । ତେବେ 21 ତାରିଖ ପାଇଁ ମଧ୍ୟ 6 ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣଂ ଜାରିକରିଛି । ଉକ୍ତ ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ, ମୟୁରଭଞ୍ଜ, କେଉଁଝର, ନୂଆପଡା, ନବରଙ୍ଗପୁର ଓ କଳାହାଣ୍ଡି ।

Leave a Reply

Your email address will not be published.

Back to top button