ଓଡ଼ିଶାରେ ଛାତ୍ରସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ ରାଜ୍ୟ ସରକାର : ଏବିଭିପି

Spread the love

ଭୁବନେଶ୍ୱର : ଦୀର୍ଘ ୪ ବର୍ଷ ହେବ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି । ବିଭିନ୍ନ ପ୍ରକାର ବାହାନା ଦେଖାଇ କ୍ୟାମ୍ପସ୍ ରେ ଶୈକ୍ଷିକ ବାତାବରଣ ଆଣିବା ପାଇଁ ନିର୍ବାଚନ ବନ୍ଦ କଥା ରାଜ୍ୟ ସରକାର କହିଥିଲେ, କିନ୍ତୁ ଶୈକ୍ଷିକ ବାତାବରଣର ଉଦହାରଣ କଣ ଉତ୍କଳ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନାକ୍ ଗ୍ରେଡ୍ କମିବା? ବିଭିନ୍ନ କଲେଜରେ ରାଗିଂ ଘଟଣାରେ ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ୍ କମିଟିର ସମ୍ପୃକ୍ତି ରହୁଛି ।  କ୍ୟାମ୍ପସକୁ ଗୁଣ୍ଡାରାଜ ଦ୍ୱାରା ଚଳାଇବା ପାଇଁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖା ଯାଇଛି ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଅଭିଯୋଗ କରିଛି । ଏହାସହ ରାଜ୍ୟ ସରକାର ତୁରନ୍ତ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରିବାକୁ ଏବିଭିପି ଦାବି କରିଛି ।

ଏହା ବ୍ୟତୀତ ରାଜ୍ୟର ଶିକ୍ଷା ସମସ୍ୟାର ସମାଧାନ, ଅଧ୍ୟାପକ ପଦବୀ ପୁରଣ ନହେଲେ କ୍ୟାମ୍ପସ୍ ରେ ସରକାରଙ୍କ ବିରୋଧରେ ଆନ୍ଦୋଳନ ହେବ ଓ ଏବିଭିପି ରାଜ୍ୟର ମୁଖିଆ ମୁଖ୍ୟମନ୍ତ୍ରୀଙ୍କୁ ୟାର ଜବାବ ମାଗିବାକୁ ନବୀନ ନିବାସ ଘେରିବ ବୋଲି ଏବିଭିପି ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ କହିଛନ୍ତି ।

Leave a Reply

Your email address will not be published. Required fields are marked *