ବିଜୁ ପଟ୍ଟନାୟକଙ୍କ ଷ୍ଟାଚୁ ପୋଡିଲା ଦୁର୍ବୁତ୍ତ 

ବଲାଙ୍ଗୀର ପାଟଣାଗଡ ପର୍ଶୁରାମ ଛକ ଠାରେ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ହଟାଇ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଲଗାଇଥିଲେ ପୂର୍ବତନ ବିଧାୟକ ସରୋଜ ମେହେର। ଯାହାକୁ ନେଇ ବଲାଙ୍ଗୀର ଜିଲ୍ଲା ସାରା ସେ ସମୟରେ ବିଭିନ୍ନ ହିନ୍ଦୁ ସଂଗଠନ ତରଫରୁ ବିରୋଧ ପ୍ରଦର୍ଶନ କରାଯାଇ ଧାରଣାରେ ବସିଥିଲେ । ଏ ଘଟଣା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉକ୍ତ ଛକରେ ରାସ୍ତା ପାର୍ଶ୍ବରେ ଉଭୟ ବିଜୁବାବୁ ଏବଂ ଭଗବାନ ପର୍ଶୁରାମଙ୍କ ମୂର୍ତ୍ତି ଲାଗିବାକୁ ନିର୍ଦ୍ଦେଶ ଥିଲା । ଜଣେ ବ୍ୟକ୍ତି ମୂର୍ତ୍ତିରେ ନିଆଁ ଲଗାଇ ଦେଇଥିଲେ । ପରେ ପୋଲିସ ଏବଂ ଜନସାଧାରଣ ନିଆଁକୁ ଆୟତ୍ତ କରିଥିବା ବେଳେ ପୋଲିସ ଅଭିଯୁକ୍ତକୁ ଅଟକ ରଖିଛି । ଏଭଳି ଘଟଣା ପରେ ବିଜୁ ପ୍ରେମୀ ମାନେ ବିଜେପି ସରକାର ଉପରେ ବର୍ଷୀଛନ୍ତି । ତେବେ ପୂର୍ବତନ ବିଧାୟକ ସରୋଜ ମେହେର ନିଜ ବାସଭବନ କଡରେ ଏଭଳି ବରପୁତ୍ରଙ୍କୁ ଅସମ୍ମାନ ହୋଇଥିଲେ ସୁଦ୍ଧା ତାଙ୍କର ଦେଖା ମିଳିନାହିଁ କି କୌଣସି ପ୍ରତିବାଦ ନଥିବା ଦେଖିବାକୁ ମିଳିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *