ଶସ୍ତା ରାଜନୀତି ବନ୍ଦ ହେଉ: କମଳା

Spread the love

ଜୟପୁର: କଟକ ବଡ ମେଡ଼ିକାଲରୁ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ। ଘରକୁ ଫେରିବା ପରେ ସମାଜସେବୀଙ୍କ ବିରୋଧ ହୋଇଥିବା ଅଭିଯୋଗ ପ୍ରତ୍ୟାହର କରିବା ସହ ବିବାଦର ଅନ୍ତ ଘଟାଇବା ପାଇଁ କମଳା ସମସ୍ତଙ୍କୁ ନିବେଦନ କରିଛନ୍ତି। କମଳାଙ୍କ ନିବେଦନ ପରେ ଜିଲ୍ଲା ପ୍ରଶାସନ ଏହି ବିବାଦରେ ପୂର୍ଣ୍ଣଛେଦ ଟାଣିବାକୁ ପ୍ରୟାସ ଆରମ୍ଭ କରିଛି।

ସୁସ୍ଥ ହେବା ପରେ ପଦ୍ମଶ୍ରୀ ଘରକୁ ଫେରିଛନ୍ତି। ଘରେ ପହଞ୍ଚିବା ପରେ ସେ ମମତାଙ୍କ ସହ ନାଚିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ବନ୍ଦ କରିବାକୁ ତଥା ଶସ୍ତା ରାଜନୀତିକୁ ବନ୍ଦ କରିବାକୁ କରିଛନ୍ତି ଅନୁରୋଧ। ସେ କହିଛନ୍ତି, ସେ ସୁସ୍ଥ ହେବା ପରେ ତାଙ୍କ ସାଙ୍ଗ ମମତା ବେହେରା ଆସିଥିଲେ। ସେ ଖୁସିରେ ସାଙ୍ଗଙ୍କ ସହ ନାଚିଥିଲେ। ଏହାକୁ ନେଇ କାହିଁକି ରାଜନୀତି କରାଯାଉଛି।  କମଳା ଙ୍କ ପ୍ରତିକ୍ରିୟା ଦେବା ପରେ ଆଜି ପ୍ରଶାସନ ମଧ୍ୟ ଏହି ବିବାଦ ରେ ପୂଣ୍ଣଛେଦ ପକାଇବା ପାଇଁ ପ୍ରୟାସ ଆରମ୍ଭ କରିଛି । ଏଥିପାଇଁ ସମାଜ ସେବୀ ମମତା ବେହେରା ଏବଂ ସ୍ୱେଚ୍ଛାସେବୀ ରାଜୀବ ହିଆଲଙ୍କୁ  ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ  ଡକାଯାଇଛି। 

ଏସସିବି ମେଡିକାଲରେ ଚିକିତ୍ସା ପରେ କମଳା ସୁସ୍ଥ ହେବା ପରେ ସମାଜସେବୀ ମମତା ବେହେରା ତାଙ୍କୁ ଦେଖିବାକୁ ଯାଇଥିଲେ। ସେଠାରେ ଖୁସିରେ ଉଭୟ ଢେମସା ନାଚ କରିଥିଲେ। ଯାହାର ଭିଡିଓ ବେଶ ଭାଇରାଲ ହୋଇଥିଲା ଓ ଏହାକୁ ନେଇ କିଛି ସାମାଜିକ ସଂଗଠନ ଓ କମଳାଙ୍କ ଗ୍ରାମର କିଛି ବୁଦ୍ଧିଜୀବୀ ମମତାଙ୍କ ବିରୋଧରେ ଅଭିଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *