ପ୍ରାଣନାଥ କଲେଜ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କଲେ ଛାତ୍ର କଂଗ୍ରେସ ସଭାପତି

Spread the love

ଭୁବନେଶ୍ୱର : ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ ଏବଂ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସଂପାଦିକା ତଥା ଓଡ଼ିଶା ପ୍ରଭାରୀ ସୁଶ୍ରୀ ଅନୁଲେଖା ବୋଷା ମଙ୍ଗଳବାର ଖୋର୍ଦ୍ଧା ସ୍ଥିତ ପ୍ରାଣନାଥ କଲେଜ ଗସ୍ତକରି କଲେଜର ବିଭିନ୍ନ ସମସ୍ୟା ସଂପର୍କରେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ ।  ୟାସିର ନୱାଜ କହିଛନ୍ତି ଯେ ରାଜ୍ୟରେ ସରକାରୀ ଓ ସାହାଯ୍ୟପ୍ରାପ୍ତ ଡିଗ୍ରୀ କଲେଜମାନଙ୍କରେ ୪୫ ପ୍ରତିଶତ ଅଧ୍ୟାପକଙ୍କର ଅଭାବ ରହିଛି । ସୁତରାଂ ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ପାଇବାରୁ ବଂଚିତ ହେଉଛନ୍ତି । ସରକାରଙ୍କ ପକ୍ଷରୁ ଗୁଣାତ୍ମକ ଶିକ୍ଷାର ଯେଉଁ ପ୍ରଚାର କରାଯାଉଛି ତାହା ଅସତ୍ୟ । ଖୋର୍ଦ୍ଧା କଲେଜର ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା ପରେ ଜଣାପଡ଼ିଲା ଯେ ସେଠାରେ ବିଭିନ୍ନ ବିଭାଗର ଆବଶ୍ୟକୀୟ ଅଧ୍ୟାପକ ନାହାନ୍ତି । ଯେଉଁ ଅଧ୍ୟାପକ କାର୍ଯ୍ୟରତ ଅଛନ୍ତି ସେମାନଙ୍କୁ ନେଇ ଠିକ୍‌ରେ କ୍ଲାସ ହୋଇପାରୁନି ବୋଲି ଅଭିଯୋଗ ହେଉଛି । କାର୍ଯ୍ୟରତ ଅଧ୍ୟାପକ ମାନେ ମଧ୍ୟ ଆନ୍ତରିକତାର ସହ ଦାୟୀତ୍ୱ ନିର୍ବାହ କରୁନଥିବାର ଅଭିଯୋଗ ହେଇଛି । ମହିଳା ମାନଙ୍କର ଶୌଚାଳୟରେ ପାଣି ନାହିଁ । କଲେଜରେ ଯେଉଁ ପାନୀୟଜଳର ବ୍ୟବସ୍ଥାଥିଲା ତାହା ବନ୍ଦ ହୋଇପଡ଼ିଛି ।

            ମୂଳ କଥାଟି ହେଲା ଛାତ୍ର ସଂସଦ ନିର୍ବାଚନ ପାଇଁ ଛାତ୍ରଛାତ୍ରୀ ମାନଙ୍କର ଦାବି ହେଉଥିବା ବେଳେ ଏହାକୁ ୪ବର୍ଷ ହେଲା ବନ୍ଦ କରି ରଖିବା ଅନ୍ୟାୟ । ସେଠିକାର ଛାତ୍ରଛାତ୍ରୀମାନେ କଲେଜରେ ନିର୍ବାଚନ କରିବା ସପକ୍ଷରେ ମତବ୍ୟକ୍ତ କରିଥିଲେ । କଲେଜର ବିଭିନ୍ନ ସମସ୍ୟାକୁ ନେଇ ଛାତ୍ର କଂଗ୍ରେସ ରାଜ୍ୟ ସରକାରଙ୍କୁ ଜଣାଇବା ସହ ଛାତ୍ରମାନଙ୍କର ଦାବି ପୂରଣ ନହେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସୌମ୍ୟରଞ୍ଜନ ବରାଳ ଉପସ୍ଥିତ ଥିଲେ ।    

Leave a Reply

Your email address will not be published. Required fields are marked *