ଛାତ୍ର କଂଗ୍ରେସ ପକ୍ଷରୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବାସଭବନ ଘେରାଉ

Spread the love

ଭୁବନେଶ୍ୱର : ଦରଦାମ୍ ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବାସଭବନ ଘେରାଉ କରାଯାଇଛି । ବୁଧବାର ଅପରାହ୍ନରେ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଶହ ଶହ କର୍ମୀ ବେକରେ ପରିବା ମାଳ ପକାଇ ଶୋଭାଯାତ୍ରାରେ କଂଗ୍ରେସ ଭବନରୁ ବାହାରିଥିଲେ । ଶୋଭାଯାତ୍ରାରେ ଆସି ସେମାନେ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ସରକାରୀ ବାସଭବନ ସମ୍ମୁଖରେ ବିକ୍ଷୋଭପ୍ରଦର୍ଶନ କରିବା ସହ ମନ୍ତ୍ରୀଙ୍କ ବାସ ଭବନକୁ ଟମାଟ ସହ ପରିବା ମାଡ କରଛନ୍ତି । ବିକ୍ଷୋଭକାରୀମାନେ ମନ୍ତ୍ରୀଙ୍କ ବାସଭବନ ଭିତରକୁ ଧଶେଇ ପଶିବାକୁ ଉଦ୍ୟମ କରିବା ବେଳେ ପୋଲିସ୍ ସେମାନଙ୍କୁ ଅଟକାଇଥିଲା । ଫଳରେ ପୋଲିସ୍ – ବିକ୍ଷୋଭକାରୀ ଧସ୍ତାଧସ୍ତି ହୋଇଥିଲା ।

Leave a Reply

Your email address will not be published. Required fields are marked *