ଶୃଙ୍ଖଳା ହିଁ ଜୀବନର ସବୁଠୁ ବଡ଼ ମାପକାଠି। ପ୍ଲେସମେଣ୍ଟର ଅଭାବ ନାହିଁ। କିନ୍ତୁ ଦକ୍ଷତାର ଅଭାବ ରହିଛି। ଅନେକ ଅଭିଭାବକ ପିଲାଙ୍କ ଲାଗି ପ୍ଲେସମେଣ୍ଟ ନାହିଁ ବୋଲି ନିରାଶ ହୋଇଯାଉଛନ୍ତି। କିନ୍ତୁ ଏହା ଭୁଲ୍। ପ୍ରତିବର୍ଷ ଅନେକ କମ୍ପାନୀ କ୍ୟାମ୍ପସକୁ ଆସୁଛନ୍ତି। କିନ୍ତୁ ସେମାନେ ଯେଉଁ ଦକ୍ଷତାକୁ ଖୋଜୁଛନ୍ତି, ପାଉନାହାନ୍ତି। ସେଥିଲାଗି ଆଗ ନିଜକୁ ସେହି ସ୍ତରକୁ ନେବାକୁ ଦକ୍ଷ ହେବାକୁ ପଡ଼ିବ। କଲେଜ କ୍ୟାମ୍ପସରେ ଛାତ୍ରଛାତ୍ରୀ ଓ ଷ୍ଟାଫଙ୍କ ଭିତରେ ବନ୍ଧୁତ୍ୱର ଭାବନା ରହିବା ଜରୁରୀ। ତା ହେଲେ ଯାଇ କ୍ୟାମ୍ପସରେ ଗୁଣାତ୍ମକ ଶିକ୍ଷା ସାଙ୍ଗକୁ ସୁବିଧା ଅସୁବିଧାକୁ କେବଳ ଅଭିଭାବକଙ୍କ ସହ ନୁହେଁ। ବରଂ ଗାର୍ଡିଆନ ଭାବେ କଲେଜ ଅଧ୍ୟାପକ ଓ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ସଙ୍କୋଚ କରିବେନି ପିଲାଏ। କୌସ୍ତୁଭ କ୍ୟାମ୍ପସରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ସହ ଭାବବିନିମୟ ବେଳେ ଏଭଳି ପରାମର୍ଶ ଦେଇଛନ୍ତି କୌସ୍ତୁଭ ଗ୍ରୁପ ଅଧ୍ୟକ୍ଷ ଇଂ ପ୍ରଭାତ ରଞ୍ଜନ ମଲ୍ଲିକ। ସବୁ କିଛି ହାତପାହାନ୍ତାରେ ମିଳିଯାଆନ୍ତା। ପିଲାଙ୍କର ଯେମିତି ଆଉ ଧୈର୍ଯ୍ୟ ନାହିଁ। ଏମିତି ହେଲେ ସଫଳତା ମିଳିବନି ବୋଲି ଚେତାଇ ଦେଇଛନ୍ତି ଅଧ୍ୟକ୍ଷ। କେମିତି କଲେଜ ପରିବେଶ, କର୍ମଚାରୀ ଓ କର୍ତ୍ତୃପକ୍ଷଙ୍କ ସହ ପିଲାଏ ସହଜ ହୋଇପାରିବେ। ନିଜ ବାପା ମାଆଙ୍କୁ ନିଜର ସୁବିଧା ଅସୁବିଧା ଯେମିତି ବିନା ସଙ୍କୋଚରେ ଜଣାଇ ସମାଧାନ ଲାଗି ଅଡ଼ି ବସୁଛନ୍ତି। ସେଇ ସମାନ ପରିବେଶ କଲେଜ କ୍ୟାମ୍ପସରେ କାହିଁକି ହୋଇପାରିବନି ବୋଲି ଅଧ୍ୟକ୍ଷ ମଲ୍ଲିକ ପରାମର୍ଶ ଛଳରେ ଏଭଳି ସକରାତ୍ମକ ମନୋଭାବରେ ରହିବାକୁ ଅପିଲ୍ କରିଛନ୍ତି। ଏକଜିକ୍ୟୁଟିଭ ଡାଇରେକ୍ଟର କୌସ୍ତୁଭ ମଲ୍ଲିକ କହିଛନ୍ତି, ସମ୍ମାନ ଓ ଆତ୍ମସମ୍ମାନକୁ ପ୍ରାଧାନ୍ୟ ଦେବା ଉଚିତ୍। ପରସ୍ପର ପ୍ରତି ସମ୍ମାନବୋଧ ନ ରହିଲେ, ଶୃଙ୍ଖଳା ଆସେନା। କେବଳ ଶିକ୍ଷାନୁଷ୍ଠାନରେ ଆଡମିଶନ ପାଇଗଲେ, କାମ ସରେନା। ଅଭିଭାବକଙ୍କ ଆଶା, ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ଓ ସର୍ବୋପରି କଲେଜ କର୍ତ୍ତୃପକ୍ଷଙ୍କ ପିଲାଙ୍କଠୁ ଅପେକ୍ଷା ଥିବା ଦକ୍ଷତା। ଏ ସବୁ ମିଳିତ ଉଦ୍ୟମରେ ସଫଳ ହୁଏ। ସେଥିଲାଗି ପିଲାଙ୍କୁ ଉତ୍ତମ ପରିବେଶରେ କେବଳ ଶିକ୍ଷାଦାନ ନୁହେଁ, ସେମାନଙ୍କ ବୌଦ୍ଧିକ ଦକ୍ଷତାକୁ ବିକାଶ କରାଇବା ଓ ସାକାର କରିବାକୁ କୌସ୍ତୁଭ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନ କେବେ ବି କୌଣସି କମ୍ପ୍ରମାଇଜ୍ କରେନା। ପରିଚାଳନାଗତ ଦୃଷ୍ଟିରୁ ଏଭଳି ପୁରାତନ ଅନୁଷ୍ଠାନର ବିଦ୍ୟାର୍ଥୀ ଭାବେ ଏହାର ସୁନାମରେ କୌଣସି ଆଞ୍ଚ ଯେଭଳି ନ ଆସେ, ତାହା ବି ସମସ୍ତଙ୍କ ମିଳିତ ପ୍ରୟାସ ହେବା ଜରୁରୀ କଲେଜରୁ ପାସଆଉଟ୍ ହୋଇ ଦେଶ ବିଦେଶର ବିଭିନ୍ନ କମ୍ପାନୀରେ ପ୍ରତିଷ୍ଠିତ ହେବା ପରେ ବି ପିଲାଏ ନା ଭୁଲନ୍ତି ଶିକ୍ଷାନୁଷ୍ଠାନକୁ ନା ଏହାର ଅଧ୍ୟକ୍ଷଙ୍କୁ। କାରଣ ଏକ ଫ୍ରେଣ୍ଡଲି ପରିବେଶରେ ପଢ଼ିବାକୁ କୌସ୍ତୁଭ୍ ଗ୍ରୁପ୍ ସବୁବେଳେ ପିଲାଙ୍କୁ ପ୍ରାଥମିକତା ଦେଇଥାଏ। ତେବେ ଏଭଳି ଏକ ସକରାତ୍ମକ ପରିବେଶରେ ନିଜ ପିଲାଙ୍କୁ ପାଠ ପଢ଼ାଇବାକୁ ଛାଡ଼ି ବି ଅଭିଭାବକ ବେଶ୍ ଆଶ୍ୱସ୍ତ ହୋଇଛନ୍ତି। ଖୋଲା ମନରେ କଲେଜ ଅଧ୍ୟାପକ, କର୍ତ୍ତୃପକ୍ଷଙ୍କୁ ଯିଏ ଯାହା ମନରେ କୌଣସି ସନ୍ଦେହ କି ପ୍ରଶ୍ନ ରଖିଥିଲେ, ପଚାରି ସନ୍ତୁଷ୍ଟ ହୋଇ ଫେରିଥିଲେ। ପିଲାଙ୍କ ଭବିଷ୍ୟତ ଗଢ଼ିବାରେ କଲେଜ ଯେତିକି ଦାୟୀ, ପିଲାଙ୍କ ଶୃଙ୍ଖଳା ଓ ଅଭିଭାବକଙ୍କ ବିଶ୍ୱାସ ବି ସେତିକି ଦାୟୀ। ଏ ସମାନ ମତ ଏଭଳି ଏକ ଭାବବିନିମୟ କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଥିଲା। ଫ୍ରେସରଙ୍କୁ ସ୍ୱାଗତ ଅବସରରେ ସେମାନଙ୍କ ଭିତରେ ଥିବା ଅନେକ ପ୍ରଶ୍ନ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଦୂର କରିବାକୁ ପ୍ରୟାସ କରିଥିଲେ କଲେକ କର୍ତ୍ତୃପକ୍ଷ।
Naxatra News is now on Whatsapp
Join and get latest news update delivered to you via whatsapp
Join Now