ପିପୁଲ୍ସ ଫ୍ରେଣ୍ଡଲି ହୋଇ କାମ କର- ଗଳାବାଟରେ ରେଜିଷ୍ଟ୍ରେସନ କଲେ ଭୋଗିବ ପରିଣତି

ସବ ରେଜିଷ୍ଟ୍ରାର ଅଫିସରେ କାମ କେମିତି ହୁଏ। ତାହାର ପୋଲ୍ ଖୋଲିଛନ୍ତି ନିଜେ ରାଜସ୍ୱ ସଚିବ। ସବ-ରେଜିଷ୍ଟ୍ରାରଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ବିଷୋଦଗାର କରିଛନ୍ତି ସଚିବ। ନିଜକୁ ଦକ୍ଷ ବୋଲି ଭାବୁଥିବା ଅଫିସରଙ୍କ ବାବଦରେ ଜନତାଙ୍କ ଫିଡ୍ ବ୍ୟାକ୍ ବହୁତ ଖରାପ। ଜୋତା ଘଷି ହୋଇଗଲେ ବି କେହି ଶୁଣନ୍ତିନି। ଧରାଧରି ନକଲେ କାମ ହୁଏନା। ଗଳା ବାଟରେ ଯିବାକୁ ପଡ଼େ। ଲାଞ୍ଚ ଦେବାକୁ ବାଧ୍ୟ। ଏ ଦୁଇଟି କାମ କଲେ, ଘରେ ବସିଲେ ବି ରେଜିଷ୍ଟ୍ରେସନ ହୋଇପାରିବ। ଏହା ଅର୍ଦ୍ଧସତ୍ୟ ନୁହେଁ, ପୁରା ସତ ବୋଲି କହିଛନ୍ତି ରାଜସ୍ୱ ସଚିବ। ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ସଚିବ ଦେଓରଞ୍ଜନ ସିଂ। ସେପଟେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବି ପରାମର୍ଶ ଛଳରେ ତାଗିଦ୍ କରିଛନ୍ତି। ପାର୍ଟ-ପ୍ଲଟ କେଳେଙ୍କାରୀ କଥାକୁ ଦୋହରାଇଛନ୍ତି। ବେଆଇନ କାମ କଲେ ବର୍ତ୍ତିପାରିବେନି ବୋଲି ଚେତାଇ ଦେଇଛନ୍ତି। ଅତୀତର ଭୁଲ ପାଇଁ ଅବସର ପରେ ବି ପ୍ରୋସିଡିଂ ହୋଇଛି। ବର୍ଷକ ଭିତରେ ୩ଶହରୁ ଅଧିକ ହୋମ୍ ଭିଜିଟରେ ରେଜିଷ୍ଟ୍ରେସନ ହୋଇଛି। ନିଜ ଏରିଆ ଓ ଜିଲ୍ଲା ବାହାରକୁ ଯାଇ ବି ଅଧିକାରୀ ରେଜିଷ୍ଟ୍ରେସନ କରିଛନ୍ତି। ମୃତକକୁ ଜୀବିତ କରାଇ, ଆଧାର କାର୍ଡ ଓ ଫଟୋ ବଦଳାଇ ବି ରେଜିଷ୍ଟ୍ରେସନ ହୋଇଛି। ପାର୍ଟ-ପ୍ଲଟ ପଞ୍ଜୀକରଣ କରିବାର ଥିଲା ଯଦି, ସମସ୍ତଙ୍କର କରିବାର ଥିଲା। ଉଦେଶ୍ୟମୂଳକ ଭାବେ ଅନିୟମିତତା ହୋଇଛି। ବଡ଼ ଅଧିକାରୀ ନୁହେଁ, ଭଲ ଅଧିକାରୀ ହୁଅ। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବି ଅଫିସରଙ୍କୁ ପରାମର୍ଶ ଦେଇଛନ୍ତି, ଭଲ ଅଫିସର ଲାଗି ଲୋକଙ୍କ ଭିତରେ ପଶିବାକୁ ପଡ଼ିବ। ଜନତା ଭଲ ଫିଡ୍ ଦେଲେ କାହାକୁ ତେଲ ମାରିବାକୁ ପଡ଼ିବନି। ପାର୍ଟ-ପ୍ଲଟ କେଳେଙ୍କାରୀରୁ ନେଇ ରେଜିଷ୍ଟ୍ରେସନ ଦ୍ୱନ୍ଦ୍ୱ। ଅନାବଶକୀୟ ଆଇନର ଆଳରେ ଅଫିସରମାନେ ଲୋକଙ୍କୁ ହନ୍ତସନ୍ତ କରାଇବା। ଆଉ ଆଇନକୁ ନିଜ ନିଜ କ୍ଷେତ୍ରରେ ମୋଡ଼ିମକଚି ଅନୁଧ୍ୟାନ କରି ସବୁ ଜାଣିଥିବାର ଗର୍ବ। ଏସବୁରୁ ଦୂରେଇ ପିପୁଲ ଫ୍ରେଣ୍ଡଲି ପରିବେଶ କରି ଲୋକଙ୍କ ଲାଗି କାମ କରିବାକୁ ନିର୍ଦେଶ ଦେଇଛନ୍ତି ସରକାର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *