ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ, ଜିଲ୍ଳାର ସର୍ବାଙ୍ଗୀନ ବିକାଶ ପାଇଁ ଐକ୍ୟବଦ୍ଧ ଭାବେ କାର୍ଯ୍ୟ କରିବାକୁ ମନ୍ତ୍ରୀଙ୍କ ପରାମର୍ଶ

Spread the love

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ ଜିଲ୍ଳା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କିଲିଟାରି ସଭାକକ୍ଷ ରେ ଅନୁଷ୍ଠିତ ବୈଠକରେ ମାନ୍ୟବର ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଓଡିଶା ଶ୍ରୀ ନିରଞ୍ଜନ ପୂଜାରୀ, ଜିଲ୍ଲାପାଳ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ନିହାର ରଞ୍ଜନ କଁହର, ଜିଲ୍ଲା ପରିଷଦ ଉପାଧକ୍ଷ୍ୟ ଶ୍ରୀ ଝସକେତନ ବଘାର, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା,ସମସ୍ତ ବ୍ଲକ୍‌ର ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲାସ୍ତରୀୟ ଅଧିକାରୀ, ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ସୁବର୍ଣ୍ଣପୁର ଶ୍ରୀ କଁହର ବୈଠକରେ ଉପସ୍ଥିତ ପରିଷଦର ସମସ୍ତ ସଦସ୍ୟ ସଦସ୍ୟା, ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା, ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଙ୍କୁ ବୈଠକରେ ସ୍ୱାଗତ କରିଥିଲେ କ୍ଷ ପରେ ପରେ ଅଧ୍ୟକ୍ଷାଙ୍କ ଅନୁମତି ରେ ଗତ ତା ୦୬ /୦୧/୨୩ ରେ ଅନୁଷ୍ଠିତ ବୈଠକରେ ସଦସ୍ୟ ସଦସ୍ୟାଙ୍କ ଦ୍ୱାରା ଆଗତ ବିଭିନ୍ନ ବିଭାଗୀୟ ପ୍ରଶ୍ନର ଉତର ତଥା ନିଆଯାଇଥିବା ନିଷ୍ପତିଗୁଡିକର ଦୃଢ଼ୀକରଣ ନିମନ୍ତେ ବିବରଣୀ ଉପସ୍ଥାପନା କରିଥିଲେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ସୁବର୍ଣ୍ଣପୁର ଶ୍ରୀ କଁହର । ଅଧ୍ୟକ୍ଷ ଜିଲ୍ଲା ପରିଷଦ ଶ୍ରୀମତୀ ସୁପାର ଠେଲା ଉପସ୍ଥିତ ସମସ୍ତଙ୍କୁ ବୈଠକକୁ ସ୍ୱାଗତ କରି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ଦିଗରେ ସମସ୍ତ ବିଭାଗ ଉପଯୁକ୍ତ ସମନ୍ୱୟ ରଖି ଯୋଜନା କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ନିରଞ୍ଜନ ପୂଜାରୀ ନିଜ ବକ୍ତବ୍ୟରେ ସରକାରଙ୍କ ପ୍ରତିଟି ଜନମଙ୍ଗଳ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ସଫଳତାର ସହ ପହଂଚାଇବା ସହ ପ୍ରକଳ୍ପଗୁଡିକୁ ଉଚିତ ଗୁଣବତାର ସହ ସମୟ ଅବଧିରେ ପ୍ରସ୍ତୁତ କରିବାକୁ ଆହ୍ୱାନ କରିଛନ୍ତି । ଆଜିର ବୈଠକରେ ଗତ ତା ୦୬/୦୧/୨୩ ରେ ଅନୁଷ୍ଠିତ ଜିଲ୍ଲା ପରିଷଦ ବୈଠକର ବିବରଣୀ କୁ ଅନୁମୋଦନ ନିମନ୍ତେ ଗୃହରେ ଆଗତ କରାଯାଇଛି ତତ ସହ ୨୦୨୩-୨୪ ଆର୍ôଥକ ବର୍ଷ ନିମନ୍ତେ ପଂଚଦଶ କେଦ୍ରୀୟ ଅର୍ଥ କମିଶନ ଏବଂ ପଂଚମ ରାଜ୍ୟ ଅର୍ଥ କମିଶନ ଦ୍ୱାରା ଜିଲ୍ଲା ପଂଚାୟତ ଉନ୍ନୟନ ଯୋଜନା ପାଇଁ ପ୍ରସ୍ତାବିତ ପ୍ରକଳ୍ପଗୁଡିକୁ ଅନୁମୋଦନ ନିମନ୍ତେ ଗୃହରେ ଉପସ୍ଥାପନ କରାଯାଇଛି । ଏହି ଅବସରରେ ବୈଠକରେ ଜିଲ୍ଲାର ବିଦ୍ୟୁତ ବିଭାଗର କାର୍ଯ୍ୟକାରିତାର ଆଲୋଚନା କରାଯାଇ ସ୍କୁଲ ଅଙ୍ଗନବାଡି କେନ୍ଦ୍ର ପରିସର ଉପରେ ଯାଇଥିବା ବିଦ୍ୟୁତ ତାର କୁ ଅପସାରଣ କରିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ କାର୍ଯ୍ୟକ୍ରମ, ବୟନ ବିଭାଗର ବିଭିନ୍ନ ଲୋକ ଯୋଜନାର ସଠିକ କାର୍ଯ୍ୟକାରିତା, ବଣଖଣ୍ଡ ବିଭାଗ ଦ୍ୱାରା ସାମାଜିକ ବନୀକରଣ, ରାସ୍ତା ପାର୍ଶ୍ୱ ବୃକ୍ଷ ରୋପଣ ତଥା ବନ୍ୟ ଜନ୍ତୁ ଦ୍ୱାରା କ୍ଷୟକ୍ଷତିର ଅନୁକମ୍ପା ସହ ବନ୍ୟ ଜନ୍ତୁ ଦାଉରୁ ସୁରକ୍ଷା ନିମନ୍ତେ ବିଭାଗୀୟ ପଦକ୍ଷେପ ଉପରେ ଆଲୋଚନା କରାଯାଇଛି କ୍ଷ ପୁନଶ୍ଚ ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ଜିଲ୍ଲା ମଙ୍ଗଳ ବିଭାଗ, ଜିଲ୍ଲା ଶିଳ୍ପ କେନ୍ଦ୍ର ର କାର୍ଯ୍ୟକାରିତା ,ଜିଲ୍ଲା ଯୋଗାଣ ବିଭାଗ, ସେବା ସମବାୟ,ଜିଲ୍ଲା ଶ୍ରମ ବିଭାଗ,ଜଳ ସେଚନ ବିଭାଗ, ବିଦ୍ୟୁତ ବିଭାଗ, ମତ୍ସ୍ୟ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ପୂର୍ତ ବିଭାଗ, ଆରଡବ୍ଲୁଡି, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ, ଜିଲ୍ଲା ନିୟୋଜନ ବିଭାଗ,ତେଲ ଜଳସେଚନ ବିଭାଗ, କେନ୍ଦୁଲିଫ ପ୍ରଭୁତି ଦ୍ୱାରା ସରକାରଙ୍କ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ପ୍ରକଳ୍ପଗୁଡିକର ସ୍ଥିତି, ଅବସ୍ଥିତି ଓ ନୂତନ ଭାବେ ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକ ଉପରେ ବିଭାଗୀୟ ଅଧିକାରୀ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦ ଦ୍ୱାରା ଗ୍ରାମୀଣ ଆବାସ ଯୋଜନା, ଏମ ଜି ଏନ ଆର ଇ ଜି ଏସ, ସ୍ୱଚ୍ଛ ଭାରତ ମିଶନର କାର୍ଯ୍ୟକାରିତା ଉପରେ ସି ଡି ଓ ବୈଠକରେ ତଥ୍ୟ ପ୍ରଦାନ କରିଥିଲେ । ସଦସ୍ୟ ସଦସ୍ୟା ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ ତାରିଖ ସୂଚନା ଏବଂ ବୈଠକ ବିବରଣୀକୁ ସପ୍ତାହ ପୂର୍ବରୁ ପ୍ରଦାନ କରିବାକୁ ଗୃହରେ ଅଧ୍ୟକ୍ଷାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ମର୍ମରେ ଜିଲ୍ଲାପାଳ ଆଗାମୀ ଦିନରେ ଏହାକୁ ସୁନିଶ୍ଚିତ କରାଯିବା ଉପରେ ସଦସ୍ୟ ସଦସ୍ୟାଙ୍କୁ ନିର୍ଭର ପ୍ରତିଶୃତି ଦେଇଥିଲେ । ପରେ ପରେ ସଦସ୍ୟ ସଦସ୍ୟା ନିଜ ନିଜ ଅଂଚଳରେ କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପ ଉପରେ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ପ୍ରଶ୍ନ ରଖିଥିଲେ କ୍ଷ ବିଭାଗୀୟ ଅଧିକାରୀ ଗୃହରେ ଉପସ୍ଥିତ ସଦସ୍ୟ /ସଦସ୍ୟାଙ୍କୁ ନିଜ ନିଜ ବିଭାଗ ର କାର୍ଯ୍ୟକାରିତା ଉପରେ ଅବଗତ କରାଇ ଆବଶ୍ୟକ ଉତର ଦେଇଥିଲେ । ଶେଷରେ ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ସନତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *