କର୍କଟ ପିଡ଼ିତଙ୍କ ଆତ୍ମହତ୍ୟା

Spread the love

କୋରାଇ : ପାଣିକୋଇଲି ଥାନା ଅର୍ନ୍ତଗତ ମୂଳାପାଳ ପଂଚାୟତର  ଧନତ୍ରୀ ଗ୍ରାମର ଜୈନିକ କର୍କଟ ପିଡିତ ଯୁବକ ରଶିଦେଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ଥାନାରେ ହୋଇଛି । ପୁଲିସ ଏକ ଅପମୃତ୍ୟୁ ମାମଲା ୧୩/୨୩ ରୁଜ୍ଜୁ କରି ପଂଚନାମା କରାଇ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି । ପ୍ରକାଶ ଯେ ମୂଳାପାଳ ପଂଚାୟତ ଅନ୍ତର୍ଗତ ଧନତ୍ରୀ ଗ୍ରାମର ବାସୁଦେବ ବେହେରାଙ୍କ ପୁଅ ଅଜିତ ବେହେରା(୩୬) କର୍କଟ ରୋଗରେ ପିଡିତ ଥିଲେ । ଚିକିତ୍ସାଧିନ ଅବସ୍ଥାରେ ଥିବା ଅଜିତ ସୋମବାର ରାତ୍ରିରେ ଘରୁ ପଳାଇ ଯାଇ ଏକ ଗଛରେ ରଣିଦେଇ ଆତ୍ମହତ୍ୟା କରିଛି । ଏନେଇ ତାର ବଡଭାଇ ପ୍ରଦୀପ ବେହେରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳେ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିବା ସହ ପଂଚାନାମା କରାଯାଇ ଶବ ବ୍ୟେବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ସଦର ମହକୁମା ଚିକିତ୍ସାଳୟକୁ ପଠାଇଛି । ଶବ ବ୍ୟେବଚ୍ଛେଦ ପରେ ତା’ର ପରିବାରକୁ ହସ୍ଥାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *