ଧର୍ମ ପଚାରି ଗୁଳି କଲେ ଆତଙ୍କବାଦୀ। ପହଲଗାମ ଆତଙ୍କି ଆକ୍ରମଣ ଘଟଣା ପଛରେ ଏହାକୁ ମୂଳ ଆଧାର ବୋଲି ମୃତକଙ୍କ ସମ୍ପର୍କୀୟ, ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଥିବା ପର୍ଯ୍ୟଟକ ଓ ପ୍ରତ୍ୟକ୍ଷଦର୍ଶୀ କହିଥିଲେ। କିନ୍ତୁ ବିଜେଡିର ରାଜ୍ଯସଭା ସାଂସଦ ସୁଲତା ଦେଓ ଏହାକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ଗୁରବାର ସୁଲତା ଗଣମାଧ୍ୟମକୁ କହିଥିଲେ, କୌଣସି ଆତଙ୍କବାଦୀ କୌଣସି ଧର୍ମ ସହ ସଂପୃକ୍ତ ନୁହେଁ। ଧର୍ମ ପଚାରି ଆତଙ୍କବାଦୀ ଟାର୍ଗେଟ କରିବା କଥା ଅସମ୍ଭବ ବ୍ୟାପାର ବୋଲି କହିଥିଲେ ସୁଲତା। ଏଭଳି କହି ମୃତକଙ୍କୁ ଉପହାସ କରିଛନ୍ତି ସୁଲତା ବୋଲି ଚାରିଆଡ଼େ ଚର୍ଚ୍ଚା ଜୋର୍ ଧରିଛି। ଯେତିକି ସମୟରେ ଲୋକେ ମରିଛନ୍ତି, ସେତକ ସମୟ ଭିତରେ ଧର୍ମ ପଚାରିହେବନି ବୋଲି କହିଥିଲେ ସୁଲତା। ଏହା କେବଳ ସ୍ପେକୁଲେସନ ପାଇଁ କହୁଥାଇପାରନ୍ତି। କୌଣସି ଆତଙ୍କବାଦୀ କୌଣସି ଧର୍ମ କି ଜାତିରେ ବନ୍ଧା ନୁହେଁ। ନିଜ ଦଳରୁ ବି ସମାଲୋଚନାର ଶୀକାର ହୋଇଛନ୍ତି ସୁଲତା। ବିଜେଡି ସମନ୍ବୟ କମିଟିର ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି, କାହାରି ମୃତ୍ୟୁରେ ଉପହାସ କରିବା ଉଚିତ ନୁହେଁ। ଏଭଳି ସମ୍ୱେଦନଶୀଳ ପ୍ରସଙ୍ଗରେ ଯିଏ ଉପହାସ କରୁଛି, ସେ ନିଜେ ଉପହସିତ ହେବା ସାର ହେବ। ଆମ ସଂସ୍କୃତି ଆମକୁ ଏହା ଶିକ୍ଷା ଦେଇନି ବୋଲି କହିଛନ୍ତି ଦେବୀ। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କାହାର ଦୁଃଖ କଷ୍ଟବେଦନାକୁ ଯେଉଁମାନେ ଉପହାସ କରୁଛନ୍ତି, ସେମାନେ ରାଜନୀତିରେ ରହିବା ଯୋଗ୍ୟ ନୁହେଁ। ଏତେବଡ଼ ହୃଦୟ ବିଦାରକ ଘଟଣାରେ ବିଶ୍ୱ ଚହଲି ଯାଇଛି। କିନ୍ତୁ ତାକୁ ନେଇ ଅମଣିଷ ଭାବେ ଏଭଳି କହିବା ଅତ୍ୟନ୍ତ ନିନ୍ଦନୀୟ। ଏଭଳି କଦର୍ଯ୍ୟ ମାନସିକତାରେ ଲୋକଙ୍କୁ ସବୁଦିନେ ପ୍ରତ୍ୟାଖ୍ୟାନ କରିବାର ଆବଶ୍ୟକତା ରହିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now