ମିଠା ଦୋକାନରେ ନିଆଁ, ଜଣେ ମୃତ

Spread the love

ରାଉରକେଲା: ରାଉରକେଲାର ଏକ ମିଠା ଦୋକାନରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ରାଉରକେଲା ପାସପୋଷ ମେନ ରୋଡରେ ଥିବା ଓମ ସ୍ବିଟ୍ସରେ ଏହି ଘଟଣ ଘଟିଛି। ନିଆଁକୁ ଆୟତ କରିବାକୁ ଅଗ୍ନିଶମ ବାହିନୀର ପ୍ରଚେଷ୍ଟା ଜାରି ରହିଛି।

ସୂଚନା ଅନୁଯାୟୀ ପାନପୋଷ ମେନ ରୋଡରେ ଥିବା ଓମ ସ୍ବିଟ୍ସରେ ଆଜି ସକାଳୁ ନିଆଁ ଲାଇଯାଇଛି। ଆଉ ଦିନଟିଏ ପରେ ଦୀପାବଳି ଆସୁଥିବାରୁ ଦୋକାନରେ କର୍ମଚାରୀ ମିଠା ତିଆରିରେ ଲାଗିଥିଲେ। ଏହି ସମୟରେ ହଠାତ୍ ଦୋକାନଟି ଜଳି ଉଠିଥିଲା। ଦୋକାନ ଭିତରେ ପ୍ରାୟ ୩ ଜଣ କର୍ମଚାରୀ କାର୍ଯ୍ୟରତ ଥିଲେ। ନିଆଁ ଲାଗିବା ଖବର ପାଇ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ କରିବାରେ ଲାଗିଛି। ଫସି ରହିଥିବା କର୍ମଚାରୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

କିନ୍ତୁ ନିଆଁରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଖବର ଲେଖା ଯିବା ପର୍ଯ୍ୟନ୍ତ ଦୋକାନରେ ଫସିଥିବା କର୍ମଚାରୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଅଗ୍ନିଶମ ବାହିନୀ। ତେବେ କିପରି ନିଆଁ ଲାଗିଲା ତାହା ଜଣାପଡି ନାହିଁ।

Leave a Reply

Your email address will not be published. Required fields are marked *