‘ସମାନ  କାମକୁ  ସମାନ  ଦରମା ‘ ନାରାରେ କମ୍ପିଲା ଗାନ୍ଧୀ ମାର୍ଗ

Spread the love

() ‘ସମାନ  କାମକୁ  ସମାନ  ଦରମା ‘ ନାରା ରେ ଗାନ୍ଧୀ ମାର୍ଗରେ ବିଶାଳ ସମାବେଶ କରିଛି ୬୬୨ ବର୍ଗ କଲେଜ ସଙ୍ଘ l ଗ୍ରେଡ଼ ପେ ଆଧାରରେ  ଦରମା  ବୃଦ୍ଧିକୁ ଦାବି କଲା ସଙ୍ଘ l ଶିକ୍ଷାଦାନ କାର୍ଯ୍ୟରେ ନିୟୋଜିତ ହେବାର ୩୦ ବର୍ଷ ପରେ  ମଧ୍ୟ ବରିଷ୍ଠ ଅଧ୍ୟାପକ ଓ କର୍ମଚାରୀମାନଙ୍କ ପ୍ରତି ହେଉଥିବା ସରକାରଙ୍କ ବୈମାତୃକ ମନୋଭାବକୁ ଦୃଢ  ନିନ୍ଦା କରିବା ସହ  ଆମରଣ  ଅନଶନ ଓ ଯୁକ୍ତ ୨ ଓ ଯୁକ୍ତ ୩  ପରୀକ୍ଷା ଏବଂ ମୂଲ୍ୟାୟନରେ ଅସହଯୋଗର ଧମକ  ଦେଇଛି  ସଙ୍ଘ l

ସରକାର  ରଖିନାହାନ୍ତି ପ୍ରତିଶୃତି l ମିଳୁନି ସମାନ  କାମକୁ  ସମାନ  ଦରମା l ଗ୍ରେଡ଼ ପେ ଆଧାରରେ  ହେଉନାହିଁ ଦରମା ବୃଦ୍ଧି l ଦିଆଯାଉନି  ଗ୍ରାଚୁଇଟି ଓ ପେନସନ l ଏଭଳି ଚାରି ଦଫା ଦାବି ନେଇ ଆଜି ରାଜଧାନୀରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଅଧ୍ୟାପକମାନେ କରିଛନ୍ତିଗର୍ଜନ l ମାଷ୍ଟର କ୍ୟାଣ୍ଟିନରୁ ଗାନ୍ଧୀ ମାର୍ଗ ପର୍ଯ୍ୟନ୍ତ ଯାଇ ବିଧାନସଭା ଆଗରେ ବିଶାଳ ସମାବେଶ କରିଛି ନିଖିଳ ଓଡିଶା ୬୬୨ବର୍ଗ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ। ଶିକ୍ଷାଦାନ କାର୍ଯ୍ୟରେ ନିୟୋଜିତ ହେବାର ୩୦ ବର୍ଷ ପରେ ମଧ୍ୟ ସବୁକ୍ଷେତ୍ରରେ ବରିଷ୍ଠ ଥିବା ଅଧ୍ୟାପକ ଓ କର୍ମରୀମାନେ ବାରମ୍ବାର ବୈମାତୃକ ମନୋଭାବର ଶିକାର ହୋଇ ଆସୁଥିବା ସଂଘ  ଅଭିଯୋଗ କରିଛିl

୨୦୨୧ ମସିହା  ଡିସେମ୍ବର ୩୧ ତାରିଖରେ କ୍ୟାବିନେଟ ନିଷ୍ପତି ଆଧାରରେ ଉଭୟ  ବର୍ଗର ଅଧ୍ୟାପକମାନେ ଏକ ବର୍ଷ ପର୍ଯ୍ୟନ୍ତ ସମାନ  ଗ୍ରେଡ଼ ପେ ଆଧାରରେ  ସମାନ  ଦରମା  ପାଇ ଆସୁଥିଲେ l ମାତ୍ର ୨୧ ଡିସେମ୍ବର ୨୦୨୩ରେ ହୋଇଥିବା  କ୍ୟାବିନେଟ ନିଷ୍ପତି ଅନୁସାରେ କିଛି କର୍ମଚାରୀ ଓ ଅଧ୍ୟାପକମାନଙ୍କୁ ଅନୁକମ୍ପାମୂଳକ ୧୦ ହଜାର  ଟଙ୍କା ଅଧିକ ରାଶି ଘୋଷଣା  ହୋଇଛି l ସେହିପରି  ଗ୍ରେଡ଼ ପେ ପାଉଥିବା  ୪୨୦୦ବର୍ଗର ପି. ଇ. ଟି, ଲାଇବ୍ରେରୀଆନ, ଓ ଡେମୋନଷ୍ଟ୍ରେଟର ମାନେ ୪୬୦୦ ଗ୍ରେଡ଼ ପେ ପାଉଥିବା  ୬୬୨ ବର୍ଗ କଲେଜ ଅଧ୍ୟାପକଙ୍କ ଠାରୁ ୮ ହଜାର ଟଙ୍କା ଅଧିକ  ଦରମା  ଦିଆଯିବା  ନିଷ୍ପତି ହୋଇଛି l ଯେଉଁଥିରେ ୬୬୨ ବର୍ଗ କର୍ମଚାରୀ ଓ ଅଧ୍ୟାପକଙ୍କୁ ଅଣଦେଖା କରାଯାଉଛି  ବୋଲି ସଙ୍ଘ  ପକ୍ଷରୁ  ଦାବି କରାଯାଇଛି l ତେଣୁ ଯଦି ଦାବି ପୂରଣ ନ ହୁଏ ସଙ୍ଘ ଆମରଣ ଅନଶନ ଭଳି କଠୋର ପଦକ୍ଷେପ ନେବ ବୋଲି ଚେତାବନୀ ଦେଇଛି । 

ସମାନ  କାମ ଅନୁଯାୟୀ ସମାନ  ଦରମା ଦାବିରେ ଆଜି ରାଜରାସ୍ତାରେ ୬୬୨ ବର୍ଗ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଙ୍ଘ l କ୍ୟାବିନେଟ ନିଷ୍ପତିର ପୁନଃ ବିଚାର ଏବଂ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପରେ ଆଶୁ  ସମାଧାନ ଦାବିରେ  ଜୋର ଧରିଛି ଆନ୍ଦୋଳନ l ନଚେତ  ସରକାରଙ୍କ ଉପରେ  ହୁଏତ ଭାରି  ପଡିପାରେ  ସଙ୍ଘ l

ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *