କଣ୍ଟେନରକୁ ପଛପଟୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ

Spread the love

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ୬୦ ନଂ ଜାତୀୟ ରାଜପଥ ରୂପସା ନିକଟରେ ବଡ ଧରଣଣ ଦୁର୍ଘଟଣା ଘଟିଛି । କଣ୍ଟେନରକୁ ପଛପଟୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ସମସ୍ତ ଗୁରୁତରଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ବସ୍ତା ଡ଼ାକ୍ତରଖାନାରୁ ରୋଗୀ ନେଇ ବାଲେଶ୍ୱର ଯାଉଥିଲା ଆମ୍ବୁଲାନ୍ସ । ଫଳରେ ରାସ୍ତାରେ ଦୁର୍ଘଟଣା ଘଟିଥିଲା । ଆମ୍ବୁଲାନ୍ସରେ ଥିବା ଫାର୍ମାସିଷ୍ଟ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଛନ୍ତି ।

Leave a Reply

Your email address will not be published. Required fields are marked *