ଡ଼ାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ଚାଲିଗଲା ଶିଶୁର ଜୀବନ

Spread the love

ଡ଼ାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ଅକାଳରେ ଚାଲିଗଲା ଶିଶୁର ଜୀବନ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ମେଡିକାଲର ଘଟଣା। ଚାନ୍ଦବାଲି ମେଡ଼ିକାଲରେ ଥିବା କାର୍ଯ୍ୟରତ ଡାକ୍ତରଙ୍କ ବିରୋଧରେ ଆସିଛି ଅଭିଯୋଗ। ସୁଚନା ମୁତାବକ, ଚଳିତ ମାସ ୩ ତାରିଖରେ ଚାନ୍ଦବାଲି ଲକ୍ଷ୍ମୀନାରାୟଣ କଲୋନୀର ପ୍ରତିମା ଦାସଙ୍କ ପୁଅ ଶୁଭ୍ରାଂଶୁ ଶେଖର ଦାସଙ୍କ ଦେହ ଖରାପ ହେବା କାରଣରୁ ପରିବାର ଲୋକେ ଚାନ୍ଦବାଲି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ କାର୍ଯ୍ୟରତ ଆୟୁସ ଡ଼ାକ୍ତର ଭୁଲ ଇଞ୍ଜେକ୍ସନ ଦେବାରୁ ସୁସ୍ଥ ଶିଶୁଟି ଅସୁସ୍ଥ ହୋଇପଡ଼ିବା ସହ ଆଖି ବନ୍ଦ କରିଦେଇଥିଲା। ତେବେ ଇଞ୍ଜେକ୍ସନ ରିଆସ୍କନ ଯାଗୁଁ ଏଭଳି ହୋଇଥିବା କହି ତୁରନ୍ତ ଶିଶୁକୁ କଟକ ସ୍ଥାନାନ୍ତର କରିଥିଲେ। ତେବେ କଟକରେ ପହଞ୍ଚିବା ପରେ ଶିଶୁଟିର ମୃତ୍ୟୁ ହୋଇଥିଲା। ଏନେଇ ଆଜି ଚାନ୍ଦବାଲି ଥାନାରେ ସଂପୃକ୍ତ ଦୁଇ ଡ଼ାକ୍ତରଙ୍କ ବିରୁଦ୍ଧରେ ଅଭିଯୋଗ କରିବା ସହ ନ୍ୟାୟ ଦାବି କରିଛନ୍ତି ମୃତ ଶିଶୁର ପରିବାର ଲୋକେ ।

Leave a Reply

Your email address will not be published. Required fields are marked *