ରାଜ୍ୟରେ ଆଜିଠୁ ବଢିବ ବର୍ଷାର ପରିମାଣ

ଆଜିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ ଓ ବିସ୍ତୁତି। ଆଗାମୀ ୪ଦିନ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା।  ଲଘୁଚାପର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ କ୍ଷେତ୍ର । ପ୍ରଭାବରେ ସପ୍ତାହେ ଯାକ ଲାଗି ରହିବ ବର୍ଷା । ୧୫ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବର୍ଷାର ପରିମାଣ ।ବଙ୍ଗୋପସାଗରରେ ୧୪ ତାରିଖରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ୧୫ ତାରିଖରେ ଲଘୁଚାପରେ ପରିଣତ ହେବା ସହିତ ଅଧିକ ବଳ ଗୋଟାଇ ଅବପାତରେ ପରିଣତ ହେବ। ୨୦ ତାରିଖରେ ଏହା ଓଡ଼ିଶା ଉପକୂଳ ଦେଇ ଗତି କରିବ । ପ୍ରଭାବରେ ୧୫ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ନେଇ ଆକଳନ କରାଯାଇଛି । ପାଣିପାଗ ବିଭାଗର ଆଳକନ ଅନୁଯାୟୀ ଆଜି ମଧ୍ୟ ଉତ୍ତର ଏବଂ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ମୟୁରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ରାୟଗଡ଼ାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ବାହୁଡ଼ା ଅର୍ଥାତ ୧୫ ତାରିଖ ଦିନ କନ୍ଧମାଳ, ଗଞ୍ଜାମ, ଗଜପତି ସମେତ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *