ଭୁବନେଶ୍ୱର : ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ପଛୁଆ ବର୍ଗ ଲୋକମାନଙ୍କ ସର୍ଭେକୁ ଆସନ୍ତା ଜୁନ ମାସ ୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ସର୍ଭେରେ ପ୍ରତିଦିନ (ଛୁଟି ଦିନ ସହିତ) ଏନୁମରେଟରମାନେ ଘରକୁ ଘର ବୁଲି ପଛୁଆ ବର୍ଗ ଲୋକମାନଙ୍କର ତଥ୍ୟ ସଂଗ୍ରହ କରିବେ ।
ଯେଉଁ ପଛୁଆ ବର୍ଗ ବ୍ୟକ୍ତିମାନେ ବର୍ତମାନ ସୁଦ୍ଧା ନିଜ ତଥ୍ୟ ପ୍ରଦାନ କରି ନାହାନ୍ତି ସେମାନେ ନିଜର ତଥା ନିଜ ପରିବାର ସଦସ୍ୟଙ୍କ ତଥ୍ୟକୁ ପ୍ରଦାନ କରିବା ନିମନ୍ତେ ପଛୁଆ ବର୍ଗ ଆୟୋଗ ଅନୁରୋଧ କରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now