୨୦ ଫୁଟ ତଳକୁ ଓଲଟିଲା ବସ୍‌, ୪୦ ଆହତ

ବୌଦ୍ଧ ଥାନା ଜାତୀୟ ରାଜପଥ ସ୍ଥିତ ସରସର ନିକଟ ଏକ ସେତୁର ୨୦ ଫୁଟ ତଳକୁ ଓଲଟିଲା ଯାତ୍ରୀବାହୀ ବସ୍‌ । ୪୦ଜଣ ଆହତ ହେଇଥିବା ବେଳେ ୨୦ଜଣ ଗୁରୁତର ହୋଇଛନ୍ତି। ୩ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ବିଳମ୍ୱିତ ରାତିରେ ମହାଦେବ ନାମକ ଏକ ଘରୋଇ ବସ୍‌ ଭୁବନେଶ୍ୱର ରୁ ମାଲକାନଗିରି ଅଭିମୁଖେ ଯାଉଥିବା ବେଳେ ବୌଦ୍ଧ ସରସର ନିକଟରେ ଭାରସାମ୍ୟ ହରାଇ ଖସିପଡ଼ିଥିଲା। ଖବରପାଇ ଅଗ୍ନିଶମ ବହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ୪୦ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ ଜଣ ଗୁରୁତର ଓ ୩ ଜଣଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ତେବେ ବସ୍‌ ଚାଳକ ଓ ହେଲପର ମଦ୍ୟପାନ କରିଥିବା କିଛି ଯାତ୍ରୀ ଅଭିଯୋଗ କରିଥିବା ବେଳେ ପୋଲିସ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *