ଭାରସାମ୍ୟ ହରାଇ ତଳକୁ ଖସିଲା କାର

Spread the love

ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ବନ୍ଧଗୁଡା ଗ୍ରାମ ନିକଟରେ ଦୁର୍ଘଟଣା।ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଖସିଲା ପଡିଛି କାର। ଘଟଣାସ୍ଥଳରେ ଜଣେ ମୃତ୍ୟୁ ଓ ୩ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତର ମୁନିଗୁଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହେଉଛନ୍ତି । ଏକ ଭୋଜିରେ ବରଗଡ ଯାଇଥିବା ବେଳେ ରୋଷେଇ ସାରି କାକିନାଡା ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଛି । ସେମାନଙ୍କ କହିବା ଅନୁଯାୟୀ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଏକ ଟ୍ରକ୍ କୁ ସାଇଡ୍ ଦେବାବେଳେ  ବିପରିତ ଦିଗରୁ ଆଉ ଏକ ଟ୍ରକ୍ ଆସିଯିବାରୁ କାରଟି ଭାରସାମ୍ୟ ହରାଇ କଲଭର୍ଟ ନିକଟରେ ଥିବା ଖାଲ ଭିତରକୁ ଓଲଟି ପଡିଥିଲା । ସ୍ଥାନୀୟ ଲୋକେ କାରରେ ଥିବା ୩ଜଣ ଗୁରୁତରଙ୍କୁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠେଇ ଥିବା ବେଳେ କାର୍ ଭିତରେ ଜଣେ ଚାପି ହୋଇ ରହିଛନ୍ତି । ଖବରପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *