Balangir

ସଦେଇପାଲି ଗ୍ରାମ ପଂଚାୟତ ରେ ସ୍ଥାୟୀ ଲୋକ ଅଦାଳତ ଉପରେ ଆଇନ୍ ସଚେତନତା ଶିବିର

ବଲାଙ୍ଗିର : ସଦେଇପାଲି ଗ୍ରାମ ପଂଚାୟତର ସଭାଗୃହ ପରିସରରେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧିଶ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାୟୀ ଲୋକ ଅଦାଲତ(ଜନ ଉପଯୋଗୀ ସେବା) ବିଷୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ସ୍ଥାୟୀ ଲୋକ ଅଦାଲତର (ଜନ ଉପଯୋଗୀ ସେବା)ର ଅଧ୍ୟକ୍ଷ ବିମଲ କୁମାର ଚାନ୍ଦ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ବିନୟ କୁମାର ପାତ୍ର, ରମାଦତ ଭୋଇ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଲାଙ୍ଗିର ଏହି ଶିବିରରେ ପ୍ରତ୍ୟକ୍ଷ ଯୋଗଦାନ କରିଥିଲେ । ଉକ୍ତ ଶିବିରରେ ସ୍ଥାୟୀ ଲୋକ ଅଦାଲତର(ଜନ ଉପଯୋଗୀ ସେବା)ର ଅଧ୍ୟକ୍ଷ ବିମଲ କୁମାର ଚାନ୍ଦ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିନୟ କୁମାର ପାତ୍ର ବିଭିନ୍ନ ବର୍ଗର ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ମାଗଣା ଆଇନ ସେବା ସଂପର୍କରେ ଆଲୋକପାତ କରିଥିଲେ । ଉକ୍ତ ଶିବିରରେ ରମାଦତ ଭୋଇ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଲାଙ୍ଗିର ଧନ୍ୟବାଦ ଅର୍ପଣ କରିଥିଲେ ଓ ସୁଷମା ବେହେରା ଇ.ଓ, କରୁଣାକର ପଟେଲ ସରପଂଚ, ସଦେଇପାଲି ଗ୍ରାମ ପଂଚାୟତ ତଥା ଅଙ୍ଗନୱାଡି କର୍ମୀମାନେ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button