ରଥଯାତ୍ରାରେ ବିଦ୍ୟୁତକାଟ ନ କରିବାକୁ ନିର୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

Spread the love

ଭୁବନେଶ୍ୱର : ରଥ ଯାତ୍ରାକୁ ଆଖି ଆଗରେ ରଖି ବିଦ୍ୟୁତକାଟ ନ କରିବାକୁ ଟିପିସିଓଡିଏଲକୁ ନିର୍ଦେଶ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ପୁରୀ ସହର ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଟିପିସିଓଡିଏଲ କୁହାଯାଇଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଖରା ଓ ଗୁଳୁଗୁଳିକୁ ଦେଖି ପାନୀୟ ଜଳ ଓ ଜଳସିଞ୍ଚନ ବ୍ୟବସ୍ଥା କରାଯାଇଛି । ଆମ୍ବୁଲାନ୍ସ ପାଇଁ ଗ୍ରୀନ କରିଡର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେ କହିଛନ୍ତି ଯେ ଯେପରି ବିଦ୍ୟୁତକାଟ ନହୁଏ ସେଥିଲାଗି ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟୁତକାଟ ନକରିବାକୁ ଟିପିସିଓଡିଏଲ ଓ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆ ଯାଇଛି ।

Leave a Reply

Your email address will not be published. Required fields are marked *